fbpx

ପୁଣି ବଡ଼ମ୍ବା ରେଞ୍ଚରୁ ମଳିଲା ହାତୀ କଙ୍କାଳ

ନରସିଂହପୁର: ରାଜ୍ୟରେ ହାତୀଙ୍କ ସୁରକ୍ଷାକୁ ଉଠିଛି ପ୍ରଶ୍ନ । ବିଭିନ୍ନ ସ୍ଥାନରେ ହାତୀ ମୃତ୍ୟୁ ନେଇ ବାରମ୍ବାର ଅଭିଯୋଗ ହୋଇଆସୁଛି । ନିକଟରେ ନରସିଂହପୁର ଜଙ୍ଗଲରେ ହାତୀକୁ ଗୁଳିକରି ହତ୍ୟା, ସେହି ନରସିଂହପୁର ବଡ଼ମ୍ବା ରେଞ୍ଜରୁ ୩ ହାତୀ କଙ୍କାଳ ଉଦ୍ଧାର, ସମ୍ବଲପୁରରେ ମଧ୍ୟ ହାତୀକୁ ଗୁଳିମାଡ଼ ଯୋଗୁଁ ହାତୀଙ୍କ ସୁରକ୍ଷାକୁ ନେଇ ବଡ଼ ପ୍ରଶ୍ନବାଚୀ ଛିଡ଼ା ହୋଇଛି ।

ଏହାରି ମଧ୍ୟରେ ଆସିଛି ଆଉ ଏକ ବଡ଼ ଖବର ପୁଣି ଥରେ ନରସିଂହପୁର ଗୋପପୁର ରେଞ୍ଜ ମଣ୍ଡପ ସଂରକ୍ଷିତ ଜଙ୍ଗଲରୁ ଆଉ ଏକ ହାତୀ କଙ୍କାଳ ଠାବ ହୋଇଛି । ଠାବ ହୋଇଥିବା ଏହି ହାତୀ କଙ୍କାଳଟି ବର୍ଷେ ତଳର ହୋଇଥିବା ଡିଏଫଓ ସୂଚନା ଦେଇଛନ୍ତି । ଯାହାକୁ ନେଇ ଏବେ ପୁଣି ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

Get real time updates directly on you device, subscribe now.