fbpx

(Video) ଯୁବକଙ୍କ ଅଜବ ନିଶା: ୭୭ ଦିନ ହେଲା ଖାଉଛନ୍ତି କଞ୍ଚାମାଂସ

Advertisement

୭୭ ଦିନ ହେଲା ଖାଉଛନ୍ତି କଞ୍ଚାମାଂସ । ଯେଉଁ ବ୍ୟକ୍ତି ଅଣ୍ଡାକୁ କେବେ ଛୁଇଁନଥିଲେ ସେହି ବ୍ୟକ୍ତି ଯେକୌଣସି ପଶୁପକ୍ଷୀଙ୍କ ମାଂସକୁ କଞ୍ଚାରେ ଖାଉଛନ୍ତି । ଆମେରିକାର ଏହି ୩୫ ବର୍ଷିୟ ବ୍ୟକ୍ତି ନିଜ ଶରୀର ସହିତ ଏକ ଅଭୁତ ପରୀକ୍ଷଣ କରୁଛନ୍ତି । ଏହି ପରୀକ୍ଷଣ କରି ସେ କେତେ ଦିନ ବଞ୍ଚିପାରୁଛନ୍ତି ତାହା ଜଣିବାକୁ ଚାହୁଁଛନ୍ତି  ଆଉ ଏଥିପାଇଁ ସେ ଦୀର୍ଘ ୭୭ ଦିନ ହେଲା କଞ୍ଚା ମାଂସ ଖାଉଛନ୍ତି ।

ସେପଟେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ ଯଦି କୌଣସି ବ୍ୟକ୍ତି କଞ୍ଚା ମାଂସ ଏଭଳି ଖାଆନ୍ତି ତେବେ ଫୁଡ ପଇଜନ ପରି ବିଭିନ୍ନ ମାରାତ୍ମକ ରୋଗରେ ପଡିପାରନ୍ତି । ଯେଉଁମାନେ କଞ୍ଚାମାଂସ ଖାଆନ୍ତି ସେହିମାନଙ୍କର ହଜମ କରିବାର ଶକ୍ତି ହ୍ରାସ ପାଇଥାଏ । ଯାହାଫଳରେ କି ସେମାନେ ଭୟଙ୍କର ରୋଗରେ ପୀଡିତ ହୋଇଥାନ୍ତି । ତେବେ କଞ୍ଚା ମାଂସ ଖାଉଥିବା ବ୍ୟକ୍ତିଙ୍କ କହିବା ଅନୁସାରେ ସେ ପ୍ରିତଦିନ ବିଭିନ୍ନ ପଶୁପକ୍ଷୀଙ୍କ ମାଂସ କିମ୍ବା କଟା ମାଛକୁ ପ୍ରଥମେ ଅଣ୍ଡାର କେଶର ଓ  ତାପରେ କ୍ଷୀରରେ ଧୋଇଦେଲା ପରେ ତାକୁ କଞ୍ଚାରେ ଖାଇଥାନ୍ତି । ତେବେ ଆଶ୍ଚର୍ଯ୍ୟର କଥା ହେଲା କି ୭୭ ଦିନ ପରେ ମଧ୍ୟ ସେ ବର୍ତ୍ତମାନ ପର୍ଯ୍ୟନ୍ତ ଠିକ୍ ଅଛନ୍ତି ଏବଂ କୌଣସି ଅସୁସ୍ଥତାର ଶିକାର ହୋଇନାହାନ୍ତି ।

ତେବେ ଯେଉଁ ଖାଇବା  ସେ ଏକ ମଜାକରୁ ଆରମ୍ଭ କରିଥିଲେ ବର୍ତ୍ତମାନ ତାଙ୍କର ଜୀବନଶୌଳୀ ହୋଇଗଲାଣି ଆଉ ତାଙ୍କୁ ରନ୍ଧାମାଂସ ଖାଇବା ପସନ୍ଦ ହୋଇନଥିବା ସେ କହିଛନ୍ତି । କିନ୍ତୁ ଆମେ ଯେକୌଣସି ମାଂସ ଯଦି ଖାଇବା ତାହେଲେ ତାକୁ ରାନ୍ଧି ଖାଇବା ଉଚିତ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.