fbpx

ମାଗଣାରେ ବାଣ୍ଟିଲେ ୧ ଲକ୍ଷ ଗୁପଚୁପ୍, କାରଣ ଜାଣିଲେ ଆପଣ ବି କହିବେ…

କୁହାଯାଏ ଝିଅ ହେଉଛି ଘରର ଲକ୍ଷ୍ମୀ । ଝିଅ ଥିଲେ ଘର ସୁଖ ସମୃଦ୍ଧିରେ ଭରିଯାଏ । ବୋଧ ହୁଏ ଏହି କଥାକୁ ଠିକ୍ ଭାବରେ ବୁଝିଛନ୍ତି ଏହି ବ୍ୟକ୍ତି । ସେଥିପାଇଁ ତ’ ନିଜ ଝିଅର ପ୍ରଥମ ଜନ୍ମବାର୍ଷିକୁ ପାଳନ କରିବା ଏବଂ ଏହାକୁ ସ୍ମରଣୀୟ କରିବା ପାଇଁ କିଛି ଭିନ୍ନ ଉପାୟ ଆପଣାଇଥିଲେ ।

ମଧ୍ୟପ୍ରଦେଶର ରାଜଧାନୀରେ ଭୋପାଳରେ ଜଣେ ଗୁପଚୁପ୍ ବିକ୍ରେତା ଅଞ୍ଚଲ ଗୁପ୍ତା ନିଜ ଝିଅର ପ୍ରଥମ ଜନ୍ମଦିବସରେ ଲୋକଙ୍କ ୧ ଲକ୍ଷରୁ ଅଧିକ ଗୁପଚୁପ୍ ମାଗଣାରେ ଖୁଆଇଛନ୍ତି । ଗତବର୍ଷ ଝିଅ ଜନ୍ମ ହେବା ଖୁସିରେ ଏହି ବ୍ୟକ୍ତି ମାଗଣାରେ ୫୦ ହଜାର ଗୁପଚୁପ୍ ଖୁଆଇଥିଲେ । ବେଟି ବଚାଓ ବେଟି ପଢ଼ାଓ ଉପଦେଶ ଦେବା ଉଦ୍ଦେଶ୍ୟରେ ଅଞ୍ଚଲ ଗୁପ୍ତା ଏହଭଳି କରିଛନ୍ତି । ଅଞ୍ଚଲ ଗୁପ୍ତା ଭୋପାଳର କୋଲାର ରେ ରହୁଛନ୍ତି ।

ଅଞ୍ଚଲଙ୍କ ଝିଅର ନାଁ ହେଉଛି ଅନୋଖୀ । ନିଜ ଝିଅର ପ୍ରଥମ ଜନ୍ମଦିନରେ ସ୍ଥାନୀୟ ଲୋକଙ୍କ ବ୍ୟତୀତ କୋଲାର ରୋଡସେଠାରୁ ଯାଉଥିବା ସବୁ ଲୋକଙ୍କୁ ସେ ମିଠା ଖୁଆଇଛନ୍ତି । ଯେତେବେଳେ ଲୋକଙ୍କୁ ଏହା ବିଷୟରେ ଜଣାପଡ଼ିଥିଲା , ସମସ୍ତେ ତାଙ୍କ ଝିଅକୁ ଆଶୀର୍ବାଦ ଦେଇଥିଲେ । ସ୍ଥାନୀୟ ବିଧାୟକ ମଧ୍ୟ ତାଙ୍କ ଝିଅକୁ ଆଶୀର୍ବାଦ ଦେବା ସହ ଲୋକଙ୍କୁ ଏହି ସମୟରେ ଗୁପଚୁପ୍ ପରଷି ଥିଲେ । ଏଥିପାଇଁ ଅଞ୍ଚଲ ୨୦ ଟି ଷ୍ଟଲ୍ ଲଗାଇଥିଲେ ।

ଉଲ୍ଲେଖଯୋଗ୍ୟ, ଝିଅ ଜନ୍ମ ହୋଇଥିବାରୁ ଗତ ବର୍ଷ ଅଞ୍ଚଲ ୫୦ ହଜାର ଗୁପଚୁପ୍ ମାଗଣାରେ ବାଣ୍ଟିଥିଲେ । ଗୁପ୍ତା କହିଛନ୍ତି ଯେ ଝିଅ ଘରର ଲକ୍ଷ୍ମୀ ହୋଇଥାନ୍ତି । ଘରେ ସମୃଦ୍ଧି ଆଣିଥାନ୍ତି । ଝିଅ ପୂରା ବଂଶକୁ ଚଳାଇଥାନ୍ତି । ତେଣୁ ଲୋକେ ନିଜର ମାନସିକତାକୁ ବଦଳାଇବା ଦରକାର । କେହିବି ଭାବନ୍ତୁନି ଝିଅ ବୋଝ ବୋଲି । ଝିଅ ଅଛନ୍ତି ତ’ ଆସନ୍ତା କାଲି ଅଛି ।

Get real time updates directly on you device, subscribe now.