fbpx

‘Hum Dil De Chuke Sanam’ ରିପିଟ : ସ୍ତ୍ରୀକୁ ପ୍ରେମିକ ହାତରେ ଛନ୍ଦି ଦେଲେ ସ୍ୱାମୀ

ନୂଆଦିଲ୍ଲୀ: ଯୁବକ ଓ ଯୁବତୀଙ୍କର ପ୍ରେମ-ପ୍ରସଙ୍ଗ ମାମଲାରେ ଯେଉଁଠି ସମାଜର ଲୋକ ଶତ୍ରୁ ହୋଇ ଠିଆ ହୋଇଯା’ନ୍ତି, ସେଇଠି ଜଣେ ବ୍ୟକ୍ତି ପ୍ରେମୀ ଯୁଗଳଙ୍କୁ ମିଶାଇବା ପାଇଁ ନିଜର ସ୍ୱପ୍ନକୁ ଭାଙ୍ଗି ଦେଇଛନ୍ତି । ଖାଲି ଏତିକି ନୁହେଁ ସେ ନିଜ ସ୍ତ୍ରୀର ହାତ ଅନ୍ୟ ପୁରୁଷ ହାତରେ ମିଳାଇ ଦେଇଛନ୍ତି । ସୂଚନା ଅନୁଯାୟୀ, ଜଣେ ଯୁବତୀ ଜଣେ ଯୁବକଙ୍କୁ ଭଲ ପାଉଥିଲେ । ଏହି ସମୟରେ ତାଙ୍କ ପରିବାର ଲୋକ ଅନ୍ୟ ସ୍ଥାନରେ ତାଙ୍କ ବିବାହ କରିଦେଲେ । ସ୍ୱାମୀଙ୍କ ପାଖରେ ରହି ବି ଯୁବତୀ ଜଣଙ୍କ ନିଜର ପ୍ରେମିକଙ୍କୁ ଭୁଲି ପାରୁନଥିଲେ ।

ଶାଶୁ ଘରେ ରହିଲେ ବି, ସେ ପ୍ରେମିକ ସହ ଲୁଚି ଛପି କଥାବାର୍ତ୍ତା ହେଉଥିଲେ । ଏ ବିଷୟରେ ଯେବେ ସ୍ୱାମୀ ଜାଣିଲେ, ସତ କ’ଣ ପଚାରିବାରୁ ଯୁବତୀ କିଛି କହି ନଥିଲେ । ହେଲେ ଦିନେ ଦୁହିଁଙ୍କୁ ଯେତେ ସ୍ୱାମୀ ରଙ୍ଗେ ହାତରେ ଧରିଲେ, ସେତେବେଳେ ପଞ୍ଚାୟତ ବସିଲା । ପଞ୍ଚାୟତରେ ସର୍ବସମ୍ମୁଖରେ ଯୁବକ ଜଣଙ୍କ ନିଜ ସ୍ତ୍ରୀଙ୍କୁ ତାଙ୍କ ପ୍ରେମିକଙ୍କୁ ପ୍ରଦାନ କରିଥିଲ । ମାମଲାଟି ରାମପୁର ଜିଲ୍ଲାର ଅଜିମନଗର ଥାନା ଅଞ୍ଚଳସ୍ଥ ଦୌକପୁରୀ ଟାଣ୍ଡା ଗାଁରେ ଘଟିଛି । ଏହି ଗାଁରେ ରହୁଥିବା ଜଣେ ଯୁବତୀଙ୍କର ଖେଡା ଟାଣ୍ଡାର ଯୁବକଙ୍କ ସହ ପ୍ରେମ ସମ୍ପର୍କ ଥିଲା ।

ଯୁବତୀଙ୍କ ପରିବାର ଲୋକେ ତାଙ୍କ ପ୍ରେମକୁ ବିରୋଧ କରି ଅନ୍ୟ ଜଣେ ଯୁବକଙ୍କ ସହ ତାଙ୍କର ବିବାହ କରିଦେଲେ । ବିବାହ ପରେ ନବବିବାହିତା ନିଜର ପତିଙ୍କ ସହ ତାଙ୍କ ଘରେ ରହୁଥିଲେ । କିଛି ଦିନ ସାଥିରେ ରହିବା ପରେ ନବବିବାହିତାଙ୍କୁ ନିଜ ପ୍ରେମିକଙ୍କ କଥା ମନେପଡ଼ିଲା । ନବବିବାହିତା ସୁଯୋଗ ପାଇ ନିଜର ପ୍ରେମିକ ସହ ପ୍ରତିଦିନ ଘଣ୍ଟା ଘଣ୍ଟା ଧରି କଥା ହେଉଥିଲେ । ସ୍ୱାମୀ ଅନେକ ବୁଝାଇବା ପରେ ବି ସେ ନିଜର ପ୍ରେମିକ ସହ କଥାବାର୍ତ୍ତା ଜାରି ରଖିଲେ । ଦିନେ ସ୍ତ୍ରୀଙ୍କୁ ତାଙ୍କର ପ୍ରେମିକ ସହ ଥିବାର ଧରି ନେଲେ ସ୍ୱାମୀ । ଏହାପରେ ହଙ୍ଗାମା ଆରମ୍ଭ ହୋଇଗଲା । ମାମଲା ଯାଇ ପୋଲିସ୍ ପାଖରେ ପହଞ୍ଚିଲା । ଗାଁ ପଞ୍ଚାୟତ ବସିଲା । ହେଲେ ପଞ୍ଚାୟତ ନିଜର ନିଷ୍ପତ୍ତି ଶୁଣାଇବା ପୂର୍ବରୁ ସ୍ୱାମୀ ନିଜ ପତ୍ନୀଙ୍କର ହାତ ତାଙ୍କର ପ୍ରେମିକ ହାତରେ ଟେକି ଦେଇଥିଲେ । ଆଉ ସ୍ତ୍ରୀଙ୍କୁ କହିଥିଲେ ଖୁସି ଖୁସିରେ ତୁମ ବାକି ଜୀବନ କଟେଇଦିଅ ।

Get real time updates directly on you device, subscribe now.