fbpx

ପ୍ରେମିକାଙ୍କ ପସନ୍ଦରେ ମଗାଇଥିଲେ ମସରୁମ ସୁପ୍ , କିନ୍ତୁ ଖାଇବା ସମୟରେ ସେଥିରୁ ଯାହା ବାହାରିଲା ଜାଣିଲେ ଆପଣଙ୍କର ବି ହୋସ୍ ଉଡିଯିବ

ନୂଆଦିଲ୍ଲୀ: ଆପଣଙ୍କର ଯଦି କିଛି ମନ ପସନ୍ଦର ଖାଦ୍ୟ ଖାଇବାକୁ ଇଚ୍ଛା ହେଲା ତେବେ ଆପଣ ତାହା ନିଶ୍ଚୟ କୌଣସି ଏକ ଭଲ ରେଷ୍ଟୁରାଣ୍ଟରୁ ଅର୍ଡର କରିବେ । ଏବେ ତ ବହୁ ଡେଲିଭରୀ କମ୍ପାନୀ ଆପଣଙ୍କ ପସନ୍ଦର ଖାଦ୍ୟ ବହୁ ଶୀଘ୍ର ଆପଣଙ୍କ ଘରେ ପହଞ୍ଚାଇ ଦେଉଛନ୍ତି । କିନ୍ତୁ ବହୁ ସମୟରେ ରେଷ୍ଟୁରାଣ୍ଟରୁ ମଗାଇଥିବା ଖାଦ୍ୟ ଖାଇବା ସମୟରେ ଆପଣଙ୍କ ସହ ଏପରି କିଛି ଘଟିଥାଏ ଯାହା ଆପଣ କେବେ କଳ୍ପନା ବି କରି ନ ଥିବେ । ଖାଦ୍ୟ ପ୍ରସ୍ତୁତି ସମୟରେ ରେଷ୍ଟୁରାଣ୍ଟ କର୍ମଚାରୀଙ୍କ ଦାୟିତ୍ୱହୀନତା କାରଣରୁ ଖାଦ୍ୟରେ ବହୁ ସମୟରେ ସାପ, ଝିଟିପିଟି, ମୂଷା ଆଦି ବାହାରିବା ଘଟଣା ସାମ୍ନାକୁ ଆସିଥାଏ ।

ଏବେ ରେଷ୍ଟୁରାଣ୍ଟ କର୍ମଚାରୀଙ୍କର ଏପରି କିଛି ଦାୟିତ୍ୱହୀନତାର ଚିତ୍ର ସାମ୍ନାକୁ ଆସିଛି । ସୋସିଆଲ ମିଡିଆରେ ଏବେ ଏପରି ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି ଯାହା ଦେଖିବା ପରେ ଆପଣ ରେଷ୍ଟୁରାଣ୍ଟରୁ ମଗାଇ ଖାଦ୍ୟ ଖାଇବାକୁ ଆଉ କେବେ ମନ କରିବେ ନାହିଁ । ବ୍ରିଟେନର ଜିସ୍ ସାମ୍ ହାବାର୍ଡ ନାମକ ଜଣେ ବ୍ୟକ୍ତିଙ୍କ କ୍ଷେତ୍ରରେ ଏପରି କିଛି ଘଟିଛି । ସାମ୍ ଏକ ଚାଇନିଜ ରେଷ୍ଟୁରାଣ୍ଟରୁ ମଶରୁମ ନୁଡଲ ସୁପ୍ ଅର୍ଡର ଦେଇଥିଲେ କାରଣ ତାଙ୍କ ପ୍ରେମିକାଙ୍କର ଏହି ଡିସ୍ ବହୁତ ପସନ୍ଦ । ଅର୍ଡର କରିବାର କିଛି ସମୟ ପରେ ଡେଲିଭରୀ ବୟ ଆସିଯାଇଥିଲା । ଏହାପରେ ସେମାନେ ପାର୍ସଲ ଖୋଲି ନିଜ ପସନ୍ଦର ଖାଦ୍ୟ ଖାଇବା ଆରମ୍ଭ କରି ଦେଇଥିଲେ । କିନ୍ତୁ ଏହାରି ମଧ୍ୟରେ ସାମଙ୍କ ପାତ୍ରରେ ଏକ ଅଜବ ଆକୃତିର କିଛି ଦେଖିବାକୁ ମିଳିଥିଲା । କିନ୍ତୁ ଯେତେବେଳେ ତାହା କ’ଣ ବୋଲି ସେ ଜାଣିପାରିଲେ ସେତେବେଳେ ତାଙ୍କ ହୋସ୍ ଉଡିଯାଇଥିଲା ।

ସୁପ୍‌ରେ ପ୍ରଥମେ ଏକ ଅଜବ ଆକୃତିର ଲାଞ୍ଜ ପରି କିଛି ନଜର ଆସୁଥିଲା । ସାମ ଏହାପରେ ସେହି ଲାଞ୍ଜକୁ ଧରି ତାହାକୁ ଉପରକୁ ଉଠାଇବା ପରେ ଦେଖିଥିଲେ ତାହା ଏକ ମୂଷା ଥିଲା । ସେ ଏହାପରେ ଏସବୁର ଭିଡିଓ ପ୍ରସ୍ତୁତ କରି ନେଇଥିଲେ ଓ ଏହାକୁ ସୋସିଆଲ ମିଡିଆରେ ସେୟାର କରିଥିଲେ । ସାମ ସୋସିଆଲ ମିଡିଆରେ ଏହା ପୋଷ୍ଟ କରିବା ସହ ସଂପୃକ୍ତ ରେଷ୍ଟୁରାଣ୍ଟକୁ କଲ୍ କରି ଏ ବିଷୟରେ କହିଥିଲେ । କିନ୍ତୁ ରେଷ୍ଟୁରାଣ୍ଟ ପକ୍ଷରୁ ତାଙ୍କୁ କୌଣସି ଉଚିତ ଜବାବ ମିଳିନାହିଁ ।

Get real time updates directly on you device, subscribe now.