fbpx

(Video) ମୁଣ୍ଡକୁ ୩୬୦ ଡିଗ୍ରୀ ବୁଲାଇବା ପରେ ପାହାଚ ଚଢ଼ିଲେ ଯୁବକ, ଯାହାର ଦୃଶ୍ୟ ଦେଖି ଲୋକ କାବା

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ କେବେ କେଉଁ ଭିଡିଓ ଭାଇରାଲ ହୋଇଯିବ, ଏହାର ପୂର୍ବାନୁମାନ କରିବା କଷ୍ଟକର । ଏହାର ଭବିଷ୍ୟବାଣୀ କେହି କରିପାରିବେ ନାହିଁ । ୟୁଜର୍ସଙ୍କୁ ଏପରି ଭିଡିଓ ଖୁବ୍ ପସନ୍ଦ ଆସିଥାଏ, ଯେଉଁଥିରେ କିଛି ରୋଚକ ଓ ମଜାଳିଆ ବିଷୟବସ୍ତୁ ଦେଖିବାକୁ ମିଳିଥାଏ । ନିକଟରେ ଜଣେ ଯୁବକ ସୋସିଆଲ ମିଡିଆରେ ନିଜର ଏକ କଳା ବା ଦକ୍ଷତା ଦେଖାଇ ସମସ୍ତଙ୍କ ହୋସ୍ ଉଡାଇଛନ୍ତି ।

ତେବେ ପ୍ରେମ ନାମକ ଜଣେ ବ୍ୟକ୍ତିଙ୍କ ଷ୍ଟଣ୍ଟରେ ପରିପୂର୍ଣ୍ଣ ଏକ ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି, ଯେଉଁଥିରେ ସେ ନିଜ ଶରୀରର ଫ୍ଲେକ୍ସିବିଲିଟି ଦେଖାଇ ସମସ୍ତଙ୍କର ହୋସ୍ ଉଡାଇଛନ୍ତି । ତାଙ୍କର ଅନେକ ଭିଡିଓରେ ସେ ଚମତ୍କାର ଷ୍ଟଣ୍ଟ୍ କରୁଥିବା ଏବଂ ଅନେକ ଉପାୟରେ ନିଜ ଶରୀରକୁ ମୋଡ଼ୁଥିବା ଦେଖିବାକୁ ମିଳିଛି । ସେ ନିଜ ଶରୀରକୁ ଏପରି ଭାବରେ ମୋଡ଼ୁଛନ୍ତି, ଯାହା ସାଧାରଣ ଲୋକଙ୍କ ପାଇଁ ଅତ୍ୟନ୍ତ କଷ୍ଟକର ।

ତେବେ ଭାଇରାଲ ହେଉଥିବା ଭିଡିଓରେ ପ୍ରେମ ତାଙ୍କ ମୁଣ୍ଡକୁ ୩୬୦ ଡିଗ୍ରୀ ଘୂରାଇଥିବା ଦେଖିବାକୁ ମିଳିବ । ଏପରି କରିବା ଜଣେ ସାଧାରଣ ଲୋକ ପାଇଁ ପ୍ରାୟ ଅସମ୍ଭବ । ଏହା କରିବା ଦ୍ୱାରା ବେକର ଶିରା ଫାଟିବା ଯୋଗୁଁ କାହାର ମୃତ୍ୟୁ ହୋଇପାରେ । କିନ୍ତୁ ପ୍ରେମ ଏହି କାର୍ଯ୍ୟକୁ ସହଜରେ ଯେକୌଣସି ସ୍ଥାନରେ କରିପାରିବେ । ଭାଇରାଲ ହେଉଥିବା ଭିଡିଓରେ ସେ ମୁଣ୍ଡ ବୁଲାଇବା ପରେ ପାହାଚ ଚଢ଼ୁଥିବାର ନଜର ଆସିଛନ୍ତି ।

 

View this post on Instagram

 

A post shared by Prem (@prem_bone_brothers)

Get real time updates directly on you device, subscribe now.