fbpx
BSKY SKY
BSKY SKY

ମୁମ୍ବାଇରୁ ଦୁବାଇ ପର୍ଯ୍ୟନ୍ତ ବିମାନରେ ଏକା ଯାତ୍ରା କଲେ, ଭଡ଼ାଦେଲେ ମାତ୍ର ୧୮ ହଜାର

BSKY

ନୂଆଦିଲ୍ଲୀ: ଏକ ବିମାନରେ ଏକା ଏକା ଯାତ୍ରା କରିବାକୁ କିଏ ବା ନ ଚାହିଁବ? ଏହା ସମସ୍ତଙ୍କ ଭାଗ୍ୟରେ ଜୁଟେ ନାହିଁ । ଜଣେ ବ୍ୟକ୍ତି ଯଦି ଧନୀ ହୋଇଥିବ, ତେବେ ଏହା ସମ୍ଭବ ହେବ । ତେବେ ଭାଗ୍ୟ ସାଥ୍ ଦେଲେ ଜଣେ ସାଧାରଣ ଲୋକ ମଧ୍ୟ ଏହି ସୁବିଧା ପାଇପାରିବ ।

ଭାବେଶ ଜାଭେରି ନାମକ ଜଣେ ୪୦ ବର୍ଷୀୟ ବ୍ୟକ୍ତିଙ୍କର ମୁଣ୍ଡରେ ଭାଗ୍ୟଦେବୀ ପ୍ରସନ୍ନ ହୋଇଥିଲେ । ଭାବେଶ ୩୬୦ ସିଟ୍ ବିଶିଷ୍ଟ ବୋଇଂ ୭୭୭ ବିମାନରେ ମୁମ୍ବାଇରୁ ଦୁବାଇ ପର୍ଯ୍ୟନ୍ତ ଏକା ଯାତ୍ରା କରିଥିଲେ । ସେ ଭଡ଼ା ବାବଦକୁ ମାତ୍ର ୧୮ ହଜାର ଟଙ୍କା ଦେଇଥିଲେ । ତେବେ ମୁମ୍ବାଇରୁ ଦୁବାଇ ସେ ପୂର୍ବରୁ ପ୍ରାୟ ୨୪୦ ଥର ଯାତ୍ରା କରିଥିଲେ ମଧ୍ୟ ଏହି ଯାତ୍ରା ତାଙ୍କ ପାଇଁ ସ୍ପେଶାଲ୍ ଓ ସ୍ମରଣୀୟ ଥିଲା ।

ଭାବେଶଙ୍କର ଗୋଲଡେନ୍ ଭିସା ଥିଲା । ସେ ଯାତ୍ରାର ଏକ ସପ୍ତାହ ପୂର୍ବରୁ ବିମାନ କମ୍ପାନୀକୁ କଲ କରି ୧୮ ହଜାର ଟଙ୍କାର ଇକୋନୋମି ଶ୍ରେଣୀ ଟିକେଟ କରିଥିଲେ । ସେ ସର୍ବଦା ବିଜିନେସ କ୍ଲାସ ଟିକେଟ କରିଥାନ୍ତି, ମାତ୍ର କମ୍ ସଂଖ୍ୟକ ଯାତ୍ରୀ ଥିବେ ବୋଲି ଭାବି ଏଥର ସେ ଇକୋନୋମି ସିଟ୍ ବୁକ କରିଥିଲେ । କରୋନା ମହାମାରୀ ପରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ଲାଗୁ ହୋଇଥିବା ଆଇନ ଅନୁଯାୟୀ, କେବଳ ଗୋଲସେନ ଭିସା ଥିବା ୟୁଏଇ ନାଗରିକ ମୁମ୍ବାଇରୁ ଦୁବାଇ ଯାଇପାରିବେ । ସେ ଏକମାତ୍ର ଯାତ୍ରୀ ହୋଇଥିବାରୁ କର୍ମଚାରୀମାନେ ତାଙ୍କୁ ବିମାନ ବନ୍ଦରରେ ଅପେକ୍ଷା କରି ରହିଥିଲେ । ଏହି ଯାତ୍ରା ପରେ ଭାବେଶ ବେଶ୍ ଆନନ୍ଦିତ ଥିବା ପ୍ରକାଶ କରିଥିଲେ ।

Get real time updates directly on you device, subscribe now.