fbpx

ରୋମାଞ୍ଚଭରା ଭିଡିଓ ସୁଟିଂ ପାଇଁ ପାଗଳାମିର ସୀମା ଟପିଲା: ୨୦୦ ଫୁଟ ଉଚ୍ଚରୁ ତଳକୁ ଡେଇଁଲେ ଯୁବକ, ତା’ପରେ ଶରୀରରୁ ଅଲଗା ହେଲା….

Advertisement

ଲଣ୍ଡନ:  ଜୀବନରେ ଖୁସି ପାଇବା ପାଇଁ ସମସ୍ତେ ଚାହାନ୍ତି । ମାତ୍ର ବେଳେବେଳେ ଅତ୍ୟଧିକ ରୋମାଞ୍ଚକର ହୋଇ କିଛି ଲୋକ ନିଜ ଜୀବନକୁ ବିପଦରେ ପକାଇ ଦେଇଥାନ୍ତି । ଏକ ଆକର୍ଷଣୀୟ ଭିଡିଓ ସୁଟିଂ କରିବା ଖୁସିରେ ଜଣେ ଯୁବକ ଇଂଲଣ୍ଡର ଡର୍ଡଲ ଡୋର ପଥର ଉପରୁ ତଳକୁ ଲମ୍ଫ ପ୍ରଦାନ କରିଥିଲେ । ୨୦୦ ଫୁଟ ଉଚ୍ଚତାରୁ ଡେଇଁବା ପରେ ଯୁବକ ଜଣଙ୍କ ଅବସ୍ଥା ଏପରି ହୋଇଥିଲା ଯେ, ତାଙ୍କୁ ଆମ୍ବୁଲାନ୍ସରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏତେ ଉଚ୍ଚତାରୁ ପାଣିକୁ ଡେଇଁବା ପରେ ଯୁବକଙ୍କର କାନ୍ଧ ଶରୀରରୁ ଛିଡ଼ି ଯାଇଥିଲା । ତେଣୁ ତୁରନ୍ତ ହେଲିକପ୍ଟର ସାହାଯ୍ୟରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ପରେ ଜଣାପଡ଼ିଥିଲା ଯେ, ଯୁବକ ଜଣକ ଟମ୍ବଷ୍ଟୋନିଂ ଟ୍ରେନିଂ ନେଇଥିଲେ । ଏଥିରେ ଜଣକୁ ଏକ ଉଚ୍ଚ ସ୍ଥାନରୁ ଏକ ପଥର ପରି ତଳକୁ ଖସିବାକୁ ହୋଇଥାଏ । ଏହି ଦୁଃସାହୟିକ, ବିପଜ୍ଜନକ କାର୍ଯ୍ୟ ସମୁଦ୍ରରେ କରାଯାଇଥାଏ । ଆଜିକାଲି ଜୀବନକୁ ରୋମାଞ୍ଚକର କରିବା ପାଇଁ ଏହା ଏକ ଟ୍ରେଣ୍ଡରେ ପରିଣତ ହେଲାଣି । ବର୍ତ୍ତମାନ ସୁଦ୍ଧା ବ୍ରିଟେନରେ ଏହି ଷ୍ଟଣ୍ଟରେ ୨୦ ଜଣଙ୍କ ପ୍ରାଣହାନୀ ହୋଇଥିଲା ଜଣାପଡ଼ିଛି ।

Get real time updates directly on you device, subscribe now.