fbpx

(Video) ବ୍ରେକଅପ ପରେ ଗାଲ୍ରଫ୍ରେଣ୍ଡକୁ ସ୍ପାନରରେ ପିଟିପିଟି ହତ୍ୟାକଲା ପ୍ରେମିକ, ରାସ୍ତା ମଝିରେ ଶବକୁ ପଚାରୁଛି..

ମୁମ୍ବାଇ: ପ୍ରେମକୁ ନେଇ ଆଜିକାଲି ଭୟଙ୍କର ଖବର ସାମ୍ନାକୁ ଆସୁଛି । ଏଭଳି ଏକ ଖବର ମୁମ୍ବାଇ ସହରରୁ ବର୍ତ୍ତମାନ ସାମ୍ନାକୁ ଆସିଛି । ଏଠାରେ ଜଣେ ଯୁବକ ବ୍ରେକଅପ ପରେ ନିଜ ପ୍ରେମିକାକୁ ରାସ୍ତା ମଝିରେ ପିଟି ପିଟି ହତ୍ୟା କରିଛି । ଏମାନେ ଦୁଇ ବର୍ଷ ହେବ ରିଲେସନସିପରେ ଥିଲେ । ଏହାପରେ ବ୍ରେକଅପ ହୋଇଥିଲା । ହତ୍ୟା ପରେ ଯୁବକ ଜଣକ ଶବ ଉପରେ ଅନେକ ସମୟ ଧରି ଚିଲାଇବାକୁ ଲାଗିଲା । ଯୁବକ ବାରମ୍ବାର କହୁଥିଲା ଯେ, ସେ ଏମିତି କାହିଁକି କଲା ।

ଏହି ହତ୍ୟା ମାମଲାର ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ମଙ୍ଗଳବାର ସକାଳେ ଏକ ଯୁବତୀଙ୍କୁ ତାଙ୍କ ପ୍ରେମିକ ରାସ୍ତା ମଝିରେ ଲୁହାର ଏକ ସ୍ପାନରରେ ମୁଣ୍ଡ ଏବଂ ଛାତିକୁ ପିଟିପିଟି ହତ୍ୟା କରିଛି । ଏହାପରେ ଅନେକ ସମୟ ପର୍ଯ୍ୟନ୍ତ ଠିଆ ହୋଇ ଶବ ଉପରେ ଚିଲାଇବାକୁ ଲାଗିଛି । ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ମୃତ ଯୁବତୀଙ୍କ ବୟସ ସ୍ଥାନୀୟ ନିବାସୀ ଆରତୀଙ୍କ ରୂପରେ ହୋଇଛି ଏବଂ ଯୁବକଙ୍କ ନାମ ରୋହିତ ବୋଲି ଜଣାପଡିଛି ।

ସବୁଠାରୁ ଆଶ୍ଚର୍ଯ୍ୟର କଥା ଲୋକେ ସେହି ଯୁବକକୁ ଏପରି ହତ୍ୟା କରୁଥିବା ଦେଖୁଥିଲେ । କିନ୍ତୁ ତା ପାଖକୁ ଯାଇ କେହି ମଧ୍ୟ ଛଡାଇବା କି ପୋଲିସକୁ ଡାକି ତାକୁ ହାଜତରେ ପୁରାଇବା ପାଇଁ ଚେଷ୍ଟା କରି ନାହାନ୍ତି ।

Get real time updates directly on you device, subscribe now.