ମୁହଁରେ ଟେପ୍, ଖଟତଳେ ଶବ…ସ୍ତ୍ରୀକୁ ବିଭତ୍ସ ହତ୍ୟା କରି ସ୍ବାମୀ ଫେରାର
ଦିଲ୍ଲୀର ବିନ୍ଦାପୁରରେ ବିଭତ୍ସ ହତ୍ୟା । ସ୍ତ୍ରୀକୁ ହତ୍ୟା ପରେ ଖଟରେ ଲୁଚାଇ ସ୍ବାମୀ ଫେରାର ।
ନୂଆଦିଲ୍ଲୀ: ଦିଲ୍ଲୀର ବିନ୍ଦାପୁର ଅଞ୍ଚଳରେ ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି । ସ୍ତ୍ରୀକୁ ହତ୍ୟା କରି ବେଡରେ ଲୁଚାଇଦେଲା ରାକ୍ଷାସ ସ୍ବାମୀ । ଏହାପରେ ଗିରଫ ଭୟରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ଘଟଣା ସମ୍ପର୍କରେ ଜଣାପଡିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅପରାଧୀ ବିରୋଧରେ ମାମଲା ଦାୟର କରି ତଦନ୍ତ ଆରମ୍ଭ କରିଛି ।
ଏନେଇ ପୋଲିସ ପକ୍ଷରୁ କୁହାଯାଇଛି ଯେ, ଶୁକ୍ରବାର ସନ୍ଧ୍ୟା 7ଟା ସମୟରେ ଦ୍ବାରକା ଜିଲ୍ଲାର ଥାନା ଡାବରୀ ଅଞ୍ଚଳରେ ଜଣେ ମହିଳାଙ୍କର ହତ୍ୟା ହୋଇଥିବା ନେଇ ଖବର ମିଳିଥିଲା । ତେବେ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ମହିଳାଙ୍କର ଗଳିତ ମୃତଦେହ ଜବତ ହୋଇଥିଲା । ଏହାପରେ କ୍ରାଇମ ଟିମ, ଏଫଏସଏଲ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହିତ ସ୍ବାମୀ ବିରୋଧରେ ମାମଲା ଦାୟର କରିଥିଲେ ।
5 ବର୍ଷ ପୂର୍ବେ ହୋଇଥିଲା ବିବାହ- ମୃତ ମହିଳାଙ୍କର ନାମ ଦୀପା ବୋଲି ଜଣାପଡିଛି । 5 ବର୍ଷ ପୂର୍ବରୁ ତାଙ୍କର ବିବାହ ହୋଇଥିବା ବେଳେ ତାଙ୍କର ଏକ ଛୁଆ ମଧ୍ୟ ରହିଛି । ସେ ନିଜ ମାମୁ ସହିତ ରହୁଥିଲେ । ତେବେ କେଉଁ କାରଣରୁ ମହିଳାଙ୍କୁ ବିଭତ୍ସ ହତ୍ୟା କରାଯାଇଛି ତାହା ଜଣପଡିନଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି । ବର୍ତ୍ତମାନ ସୁଦ୍ଧା ଅପରାଧୀ ସ୍ବାମୀର କୌଣସି ପତ୍ତା ମିଳିପାରି ନାହିଁ।