କୁନି ଝିଅ ଗାଲକୁ KISS କଲା, ତା’ ପରେ ପାଟିରେ ଆଙ୍ଗୁଳି ଭର୍ତ୍ତି କରି ଏମିତି କଲା କାମାନ୍ଧ, ପାଖରେ ଜେଜେ ମା’ ଥାଇ କିଛି ଜାଣିପାରିଲେନି

ମିଠା ଦୋକାନରେ କୁନି ଝିଅକୁ ଦୁର୍ବ୍ୟବହାର କଲା କାମୁକ । ଅଭିଯୋଗ ପରେ ପୋଲିସ କରୁଛି ତସନ୍ତ ।

କୋଲକାତା: ପଶ୍ଚିମବଙ୍ଗ ହୁଗଲିସ୍ଥିତ ଉତ୍ତରପଡ଼ାରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଜଣେ କୁନି ଝିଅକୁ ଦିନଦ୍ୱିପ୍ରହରରେ ଦୁର୍ବ୍ୟବହାର କରିଛି କାମାନ୍ଧ ପୁରୁଷ ।

ଖବର ମୁତାବକ ସ୍ଥାନୀୟ ମିଠା ଦୋକାନକୁ କୁନିଝିଅ ତାଙ୍କ ଜେଜେମା’ ସହ ଆସିଥିଲେ । ସେଠାରେ ଜଣେ ମଦ୍ୟ ବୟସ୍କ ବ୍ୟକ୍ତି କୁନି ଝିଅ ସହ ପ୍ରଥମେ କଥା ହୋଇଥିଲେ ।

ଜେଜେ ମା’ ମିଠା କିଣୁଥିବାବେଳେ ଉକ୍ତ ବ୍ୟକ୍ତି ଜଣକ କୁନି ଝିଅଟି ମୁଣ୍ଡରେ ହାତ ମାରି ତା’ ସହ କଥା ହୋଇଥିଲେ । ଏହାପରେ ଗାଲକୁ ହାତମାରି କୁନି ଝିଅ ଗାଲରେ କିସ୍ କରିଥିଲା ।

ଏହାପରେ ବ୍ୟକ୍ତିଜଣକ ନଇଁପଡ଼ି ପୁଣିଥରେ କୁନି ଝିଅର ପଠରେ କିସ୍ କରିବାକୁ ଉଦ୍ୟମ କଲାବେଳେ ଝିଅଟି ଆଡେଇ ହୋଇଯାଇଥିଲା । ଜେଜେମା’ ମିଠା କିଣାରେ ବ୍ୟସ୍ତ ଥିବାବେଳେ ନାତୁଣୀ ସହ କ’ଣ ଘଟୁଥିଲା ସେ ପ୍ରତି ତାଙ୍କର ନିଘା ନ ଥିଲା ।

ଏହାପରେ ବ୍ୟକ୍ତି ଜଣକ କୁନି ଝିଅ କାନ୍ଧରେ ହାତ ରଖି ଆଙ୍ଗୁଳିକୁ ଝିଅ ପାଟିରେ ଭର୍ତ୍ତି କରିବା ଆରମ୍ଭ କରିଦେଲା । ଘଟଣାର ଭିଡିଓ ମଧ୍ୟ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ଏହାପରେ କୁନିଝିଅ କାନ୍ଧରେ ହାତ ପକାଇ ଜେଜେମା’ ସହିତ ୩ ଜଣ ଯାକ ଦୋକାନରୁ ବାହାରିଗଲେ । ଭିଡିଓ ସାମ୍ନାକୁ ଆସିବା ପରେ କୁନି ଝିଅର ଘରଲୋକ ଥାନାରେ ଏ ନେଇ ଅଭିଯୋଗ କରିଛନ୍ତି ।

ପୋକ୍ସୋ ଆକ୍ଟ ଅନ୍ତର୍ଗତ ବ୍ୟକ୍ତି ବିରୋଧରେ ମାମଲା ଦାଏର ହୋଇ ତଦନ୍ତ ଚାଲିଥିବା ଜଣାପଡ଼ିଛି ।