fbpx

କଳିଯୁଗର ଏ ସତ୍ୟବାନ: ପତ୍ନୀ ବାପଘର ଚାଲିଯିବାରୁ ଦୁଃଖରେ ଭାଙ୍ଗିପଡି ଛୋଟ ଛୁଆକୁ ଧରି ଏପରି କଲେ ଯୁବକ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଓରେୟା ଅଞ୍ଚଳର ଏକ ଭିଡିଓ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ୍ ହେବାରେ ଲାଗିଛି । ଭିଡିଓରେ ଦେଖିିବାକୁ ମିଳୁଛି କି ପତ୍ନୀ ବାପଘର ଚାଲିଯିବା ପରେ ଦୁଃଖରେ ଭାଙ୍ଗିପଡି ପତି ନିଶାରେ ବୁଡି ରହି ନିଜର ଛୋଟ ଛୁଆକୁ ଧରି ରାସ୍ତାରେ ବିକଳ ହୋଇ ଗଡୁଛି । ସେ ଛୋଟ ଛୁଆଟିକୁ କୋଳରେ ଧରି ମଝି ରାସ୍ତାରେ ଗଡୁଥିବାର ସମସ୍ତେ ଦେଖୁଥିଲେ ବି କେହି ତାଙ୍କୁ ଆସି ପ୍ରବୋଧନା ଦେବାର ଦେଖାଯାଉନାହିଁ । ଏବେ ଏହି ଘଟଣାର ଚର୍ଚ୍ଚା ପୁରା ଜିଲ୍ଲାରେ ଜୋର ଧରିଛି । ଲୋକମାନେ ସୋସିଆଲ ମିଡିଆରେ ଭିଡିଓ ସେୟାର କରି ଭିନ୍ନ ଭିନ୍ନ ଆଲୋଚନା କରୁଛନ୍ତି ।

ଏହି ଘଟଣା ବିଷୟରେ କେହି ନିକଟବର୍ତ୍ତୀ ବିଧୁନା ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ଓ ଉଭୟଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା । ଯୁବକ ଜଣକ ନିଜ ନାମ ମନୋଜ କୁମାର ବୋଲି କହିଛନ୍ତି । ସେ କହିଛନ୍ତି ପତ୍ନୀ ବାପଘର ଚାଲିଯିବାରୁ ସେ ଦୁଃଖରେ ଭାଙ୍ଗି ପଡିଥିଲେ ଓ ଦୁଃଖ ଭୁଲିବାକୁ ସେ ଅତ୍ୟଧିକ ମଦ ପିଇ ରାସ୍ତାରେ ପଡିଯାଇଥିଲେ । ଛୁଆ ଘରେ ଏକାକୀ ଥିବାରୁ ସେ ବି ତାଙ୍କୁ ଏପରି ଅବସ୍ଥାରେ ଦେଖି ତାଙ୍କ ସହ ସଡକରେ ଗଡିଥିଲା ।

Get real time updates directly on you device, subscribe now.