fbpx

ଦିନକୁ ଦିନ ବଢୁଛି ଅନଲାଇନ୍ ଫ୍ରଡ ମାମଲା, ସାବଧାନ ରହିବା ସହ କରନ୍ତୁ ନାହିଁ ଏହି ୯ ଗୋଟି ଭୁଲ୍

Advertisement

ନୂଆଦିଲ୍ଲୀ: ପ୍ରତିଦିନ କେଉଁଠି ନା କେଉଁଠି ଅନଲାଇନ୍ ଫ୍ରଡ ମାମଲା ସାମ୍ନାକୁ ଆସିବାରେ ଲାଗିଛି । ଏବେ ନିକଟରେ ଜଣେ ବ୍ୟକ୍ତି ଏହି ଧୋକାଦାରୀର ଶିକାର ହୋଇ ୯.୬୬ ଲକ୍ଷ ଟଙ୍କା ହରାଇଛନ୍ତି । ଏହି ଘଟଣା ନାଗପୁରର । ଏଠାରେ ବ୍ୟାଙ୍କ କର୍ମଚାରୀ ପରିଚୟ ଦେଇ କେହି ଜଣେ ପୀଡିତଙ୍କ ଠାରୁ ଏତେ ବଡ ରକମର ଅର୍ଥରାଶି ଲୁଟି ନେଇଛି ।
ନାଗପୁରର ସତୀଶ ଦୀକ୍ଷିତ ନାମକ ଜଣେ ବ୍ୟକ୍ତିଙ୍କ ପାଖକୁ ଏକ କଲ୍ ଆସିଥିଲା ଏବଂ କଲର ନିଜକୁ ଏକ ପ୍ରାଇଭେଟ୍ ବ୍ୟାଙ୍କର କର୍ମଚାରୀ ବୋଲି କହିଥିଲା । କଲ୍ କରିଥିବା ବ୍ୟକ୍ତି ଜଣକ କହିଥିଲା ସେ ୟୁଜର୍ସଙ୍କୁ ସାଇବର ଫ୍ରଡରୁ ସୁରକ୍ଷା ଦେଇଥାଏ । ଫ୍ରଡର ପୀଡିତଙ୍କୁ ନିଜ କଥାରେ ଫସାଇ ତାଙ୍କ ଠାରୁ ଡେବିଟ କାର୍ଡ ଓ ବ୍ୟାଙ୍କ ଡିଟେଲସ୍ ନେଇ ଯାଇଥିଲା ।ଏହାପରେ ଅଭିଯୁକ୍ତ ପୀଡିତଙ୍କ ଆକାଉଣ୍ଟରୁ ୯.୬୬ ଲକ୍ଷ ଟଙ୍କା ଟ୍ରାନ୍ସଫର କରାଇ ନେଇଥିଲା । ତେବେ ଅନଲାଇନ ଫ୍ରଡ୍ ସହ ଜଡିତ ଏହା ଏପରି ପ୍ରଥମ ମାମଲା ନୁହେଁ । ପ୍ରତିଦିନ ଏହିପରି ଶହ ଶହ ମାମଲା ସାମ୍ନାକୁ ଆସୁଛି । ଆପଣ ବି ଅନଲାଇନ ବ୍ୟାଙ୍କିଂ କରୁଥିଲେ ନିମ୍ନୋକ୍ତ ଦିଗ ଉପରେ ଧ୍ୟାନ ଦିଅନ୍ତୁ ।
୧-କେବେ ବି ଇଣ୍ଟରନେଟ ବ୍ୟାଙ୍କିଂ ଲାଗି ଥାର୍ଡ ପାର୍ଟି ୱେବସାଇଟସର ସାହାରା ନିଅନ୍ତୁ ନାହିଁ । ବରଂ ସିଧା ବ୍ୟାଙ୍କର ଅଧିକାରୀକ ୱେବସାଇଟକୁ ଯାଆନ୍ତୁ ଅନ୍ୟଥା ଆପଣ ବ୍ୟାଙ୍କର ମୋବାଇଲ୍ ଆପ୍ ବି ୟୁଜ୍ କରିପାରିବେ ।
୨-ସର୍ବଦା ୱେବସାଇଟର ଡୋମେନ ନେମ୍ ଚେକ୍ କରନ୍ତୁ ।  ଭଲ ଭାବରେ ପଢନ୍ତୁ ଓ ବନାନ ଉପରେ ଭଲ ଭାବରେ ଧ୍ୟାନ ଦିଅନ୍ତୁ । କାରଣ ସ୍କାମର୍ସ ବିଭିନ୍ନ ବ୍ୟାଙ୍କ ନାମରେ ବହୁ ଫେକ୍ ୱେବସାଇଟ୍ ତିଆରି କରିଥାନ୍ତି ।
୩-ଏପରି ଇମେଲ କିମ୍ବା ମେସେଜ୍ ର ଜବାବ ଦିଅନ୍ତୁ ନାହିଁ ଯିଏ ଆପଣଙ୍କୁ ପାସୱାର୍ଡ କିମ୍ବା ପିନ୍ ସେୟାର କରିବାକୁ କହିଥାଏ । ପୋଲିସ କି ବ୍ୟାଙ୍କ କେହି ଆପଣଙ୍କୁ ପାସୱାର୍ଡ ମାଗି ନ ଥାନ୍ତି ।
୪-ବ୍ୟାଙ୍କିଂ ସେବା ଲାଗି କେବେ ବି ସାଇବର କେଫ୍ କିମ୍ବା ପବ୍ଲିକ ପିସିକୁ ଯାଆନ୍ତୁ ନାହିଁ ।
୫-ସର୍ବଦା ନିଜ ପିସିକୁ ଲାଟେଷ୍ଟ ଆଣ୍ଟି ଭାଇରସ୍ କିମ୍ବା ସ୍ପାଇୱୟାର ସଫ୍ଟୱେୟାର ଦ୍ୱାରା ଅପଡେଟ୍ ରଖନ୍ତୁ ।
୬-ନିଜ ସିଷ୍ଟମରେ ଫାଇଲ ଆଣ୍ଡ ପ୍ରିଣ୍ଟିଂ ସେୟାରିଂ ଫିଚରକୁ ଡିଜେବୁଲ ରଖନ୍ତୁ ।
୭-ଯେତେବେଳେ ପିସି ବ୍ୟବହାର କରୁନାହାନ୍ତି ସେତେବେଳେ ତାକୁ ଲଗ୍ ଅଫ୍ କରି ରଖନ୍ତୁ ।
୮-ନିଜ ବ୍ୟାଙ୍କିଂ ଆଇଡି ଓ ପାସୱାର୍ଡକୁ ଇଣ୍ଟରନେଟ୍ ବ୍ରାଉଜରରେ ସେଭ୍ କରନ୍ତୁ ନାହିଁ ।
୯- ନିଜ ବ୍ୟାଙ୍କ ଆକାଉଣ୍ଟ ଟ୍ରାନଜାକସନ ହିଷ୍ଟ୍ରୀକୁ ମଝିରେ ମଝିରେ ଚେକ୍ କରନ୍ତୁ । ଏହାଦ୍ୱାରା ଆପଣଙ୍କୁ କୌଣସି ପ୍ରକାର ଅସାମାନ୍ୟ ଟ୍ରାନଜାକସନ ହୋଇଥିଲେ ସେ ବିଷୟରେ ସୂଚନା ମିଳିଯିବ ।

Get real time updates directly on you device, subscribe now.