(Video) ବାଃ ବାଃରେ ସୋସିଆଲ ମିଡିଆ… ଲାଇକ୍ କେଇଟା ପାଇଁ ପଶୁକୁ ବି ଛାଡ଼ିଲେନି…
ମଇଁଷି ପିଠିରେ ବ୍ୟାୟାମ । ମୁଣ୍ଡରେ ଚଢ଼ିଛି ଫେମସ ହେବାର ଜ୍ୱର ।
ଓଡ଼ିଶା ଭାସ୍କର: ସୋସିଆଲ ମିଡିଆ ମନୋରଞ୍ଜନର ଏକ ବଡ଼ ମାଧ୍ୟମ ପାଲଟିଛି । ନାନା ରକମର ଭିଡିଓ, ଫଟୋ ଏବେ ସୋସିଆଲ ମିଡିଆ ଜରିଆରେ ଲୋକଙ୍କ ପାଖରେ ପହଞ୍ଚିପାରିଛି ।
ଏଭଳି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଚହଳ ପକେଇଛି । ତା’ ପୁଣି ବ୍ୟାୟାମର ଭିଡିଓ । ଭାଇରାଲ ହେଉଥିବା ଭିଡିଓ ଅନୁସାରେ, ଜଣେ ଯୁବକ ମଇଁଷି ପିଠିରେ ପୁସ୍ ଅପସ୍ ମାରୁଥିବାର ଦେଖିବାକୁ ମିଳିଛି ।
ମଇଁଷିଟି ସ୍ଥିର ହୋଇ ଛିଡ଼ା ରହିଥିବାବେଳେ ଯୁବକ ଜଣକ ନିର୍ଭୟରେ ମଇଁଷି ପିଠିରେ ଚଢ଼ି ପୁସ୍ ଅପସ୍ ମାରୁଥିବାର ଦେଖିବାକୁ ମିଳିଛି ।
ନୀରିହ ପଶୁ କିଛି କହିପାରୁ ନ ଥିବାବେଳେ ସାମାନ୍ୟ କିଛି ଲାଇକ୍ ଓ ଭ୍ୟିୁ ପାଇଁ ଲୋକ ବହୁ ନିଚକୁ ଚାଲଳିଯାଉଛନ୍ତି । ଅନେକ ସମୟରେ ସୋସିଆଲ ମିଡିଆ ଲାଇକ୍ ପାଇଁ ଲୋକେ ନାନା ରକମର ଉପାୟ ଆପଣାଉଛନ୍ତି ।
ଭିଡିଓଟିକୁ ଇନଷ୍ଟାଗ୍ରାମରେ ରଘୁ କେ ମିମ୍ସ ନାମରେ ଏକ ଚ୍ୟାନେଲ ଶେୟାର କରିଛି । ଲୋକେ ଭିଡିଓରୁ ମନୋରଞ୍ଜନର ଖୋରାକ ପାଉଛନ୍ତି କିନ୍ତୁ ଏଥିପାଇଁ ମଇଁଷିକୁ କେଉଁ ଲାଭ ମିଳୁଛି ; ତାହା ତ ବୁଝା ପଡ଼ୁନି । କିନ୍ତୁ କଥା କହିପାରୁ ନଥିବା ମଇଁଷିକୁ କଷ୍ଟ ହେଉଥିବା ତାହା ତ ଜଣାପଡ଼ିଯାଉଛି ।
View this post on Instagram