ବାପା କଲା ଗର୍ଭବତୀ! ଜୋର ଜବରଦସ୍ତ ଦୁଷ୍କର୍ମ କରି ଜନ୍ମକଲା ଝିଅ ପେଟରେ ପିଲା ଦେଲା କାମାନ୍ଧ ବାପା
ବର୍ଷେ ହେଲାଣି ନାବାଳିକାର ଶରୀର ସହ ଖେଳିଆସୁଥିଲା ବାପା । ଅଭିଯୋଗ ପରେ ବାପାକୁ ବାନ୍ଧି ପଚରାଉଚରା କରୁଛି ପୋଲିସ ।
ଗଡ଼ଗ: ୧୬ ବର୍ଷର ଝିଅ ସହ ଦୁଷ୍କର୍ମ କରି ଗର୍ଭବତୀ କରିବା ଅଭିଯୋଗରେ ସ୍ଥାନୀୟ ପୋଲିସ ବାପାକୁ ଗିରଫ କରିଛି । ତାମିଲନାଡୁ ଗଡଗରେ ଘଟିଯାଇଛି ଏ ପ୍ରକାର ଅଭାବନୀୟ ଘଟଣା ।
ନାବାଳିକା ଝିଅର ଗୋଡ଼ ଫୁଲିବା ପରେ ଝିଅକୁ ତା’ ମା’ ଡାକ୍ତରଖାନା ନେଇ ଯାଇଥିଲେ । ଯେଉଁଠାରେ ମେଡିକାଲ ଟେଷ୍ଟ ହୋଇଥିଲା; ରିପୋର୍ଟ ଦେଖିବା ପରେ ଜଣାପଡ଼ିଥିଲା ଯେ, ନାବାଳିକାଟି ୩୧ ସପ୍ତାହର ଗର୍ଭବତୀ ଅଛି ।
ଏହାପରେ ନାବାଳିକାଟି ମା’ଙ୍କୁ ସବୁ କଥା କହିଥିଲା । ବର୍ଷେ ହେବ ଘରେ କେହି ନ ଥିଲାବେଳେ ତା’ ବାପା ତାକୁ ବଳାକ୍ରର କରିଆସୁଛନ୍ତି । ଘରେ କାହାକୁ ଏ ବିଷୟରେ ନ କହିବା ପାଇଁ ନାବାଳିକୁ ଧମକାଉ ଥିଲେ ବାପା ।
ପୀଡ଼ିତାଙ୍କ ମା’ଙ୍କ ଅଭିଯୋଗ ଆଧାରରେ ମୁଲଗୁଣ୍ଡ ପୋଲିସ ଅଭିଯୋଗ ଦାଏର କରି ବାପାକୁ ଗିରଫ କରିଛି । ପୀଡ଼ିତାଙ୍କ ବଡ଼ ଭଉଣୀ ଡାକ୍ତରଖାନାରେ ନର୍ସ ଭାବେ କାମ କରୁଥିବାବେଳେ ସାନ ଭାଇ ୫ମ ଶ୍ରେଣୀରେ ପାଠ ପଢ଼ୁଛି ।
ଗିରଫ ପରେ ପରବର୍ତ୍ତୀ ତଦନ୍ତ ପୋଲିସ ପକ୍ଷରୁ ଜାରି ରହିଛି । ନାବାଳିକାର ସ୍ୱାସ୍ଥ୍ୟାବସ୍ଥାକୁ ଦୃଷ୍ଟିରେ ରଖି ତା’ ଚେକଅପ୍ ଚାଲିଥିବା ପୋଲିସ କହିଛି ।