fbpx

ପରିଶ୍ରା କରିବାକୁ ବାରଣ ପଡିଲା ମହଙ୍ଗା; ଛୁରୀ ଭୁସି ହତ୍ୟା କଲା ଯୁବକ

Advertisement

ନୂଆଦିଲ୍ଲୀ: ପରିଶ୍ରା କରିବାକୁ ବାରଣ କରିବାରୁ ଜଣେ ୪୧ ବର୍ଷୀୟ ବ୍ୟକ୍ତିଙ୍କୁ ହତ୍ୟା କରିଛି ଜଣେ ଯୁବକ । ପାଖରେ ପରିଶ୍ରା ନକରିବାକୁ କହିବାରୁ ୨୪ ବର୍ଷୀୟ ଯୁବକ ଜଣଙ୍କ ୪୧ ବର୍ଷୀୟ ମହମ୍ମଦ ରଫିକ୍ ଅନସାରୀଙ୍କୁ ହତ୍ୟା କରିଥିଲେ । ୨୪ ବର୍ଷୀୟ ଅବଦୁଲ ଆଲମ ଶେଖ ଯୁକ୍ତି ତର୍କ ପରେ ରଫିକଙ୍କୁ ଛୁରୀ ଭୁସି ହତ୍ୟା କରିଥିଲା ।
ମୁମ୍ବାଇର ବାଗଲା ଗାର୍ଡେନରେ ଏହି ଅଭାବନୀୟ ଘଟଣା । ଇଷ୍ଟର୍ଣ୍ଣ ଏକ୍ସପ୍ର୍ରେସ ହାଇ ୱେ ନିକଟରେ ରଫିକ୍ ନିଜ ବନ୍ଧୁ ମାନଙ୍କ ସହିତ ବାର୍ତ୍ତାଳାପ କରୁଥିଲେ । ଏହି ସମୟରେ ୨୪ ବର୍ଷୀୟ ଯୁବକ ଅବଦୁଲ ସଲିମ୍ ଉକ୍ତ ସ୍ଥାନରେ ପରିଶ୍ରା କରିଥିଲେ । ରଫିକ୍ ଏହାକୁ ବିରୋଧ କରିବା ସହିତ କିଛି ଦୂରରେ ପରିଶ୍ରା କରିବାକୁ କହିଥିଲେ । ଏଥିରେ ଉଭୟଙ୍କ ମଧ୍ୟରେ ଝଗଡା ହେବା ସହିତ ସଲିମ୍ ଛୁରୀ ଭୁସି ଦେଇଥିଲେ । ÷ଅନସାରୀଙ୍କୁ ତୁରନ୍ତ ହସ୍ପିଟାଲ ନିଆ ଯାଇଥିଲେ ହେଁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ୱାଡାଲା ସ୍ଥିତ ଟ୍ରକ ଟର୍ମିନାଲରୁ ପୋଲିସ ଅବଦୁଲ ଆଲମ ଶେଖକୁ ଗିରଫ କରିଛି ।

Get real time updates directly on you device, subscribe now.