fbpx

ପତ୍ନୀଙ୍କ ଡେଲିଭରୀ ଦେଖିବା ପରେ ଗମ୍ଭୀର ରୋଗରେ ପୀଡିତ ହେଲେ ବ୍ୟକ୍ତି, ହସ୍ପିଟାଲ ଉପରେ କଲେ ଏକ ବିଲିୟନ ଡଲାରର ମୋକଦ୍ଦମା

Advertisement

ନୂଆଦିଲ୍ଲୀ: ଜଣେ ବ୍ୟକ୍ତି ହସ୍ପିଟାଲ ଉପରେ ଏକ ବିଲିୟନ ଡଲାରର ମୋକଦ୍ଦମା କରିଛନ୍ତି । ତାଙ୍କର ଅଭିଯୋଗ ପତ୍ନୀଙ୍କ ସିଜରିଆନ ଡେଲିଭରୀ ଦେଖିବା ପର ଠାରୁ ସେ ଅସୁସ୍ଥ ହୋଇପଡିଛନ୍ତି । ବ୍ୟକ୍ତି ଜଣକ ଅଷ୍ଟ୍ରେଲିଆର ଏକ ହସ୍ପିଟାଲ ଉପରେ ମୋକଦ୍ଦମା କରିଛନ୍ତି । ଏହି ବ୍ୟକ୍ତିଙ୍କ ନାମ ଅନୀଲ କୋପ୍ପୁଲା ।

ବ୍ୟକ୍ତି ଜଣକ କହିଛନ୍ତି ତାଙ୍କ ପତ୍ନୀଙ୍କର ଡେଲିଭରୀ ଲାଗି ସିଜରିଆନ ଅପରେସନ କରାଯାଇଥିଲା । ଡାକ୍ତରମାନେ ତାଙ୍କୁ ଏହା ଦେଖିବାକୁ ଦେଇଥିଲେ । ଏହା ଜାନୁୟାରୀ ୨୦୧୮ରେ ହୋଇଥିଲା । ଏହା ଦେଖିବା ପର ଠାରୁ ସେ ମାନସିକ ରୋଗରେ ଆକ୍ରାନ୍ତ ହୋଇ ପଡିଛନ୍ତି ।

ସେ ଏହି କ୍ଷତି ଭରଣା ଲାଗି ମେଲବର୍ଣ୍ଣର ରୟାଲ ୱିମେନ୍ସ ହସ୍ପିଟାଲ ଉପରେ ମୋକଦ୍ଦମା କରିଛନ୍ତି । ଇଣ୍ଡିପେଣ୍ଡେଣ୍ଟ ୟୁକେର ରିପୋର୍ଟରୁ ଏ ବିଷୟରେ ଜଣାପଡିଛି । ଅନୀଲ ଅଭିଯୋଗ କରିଛନ୍ତି କି ତାଙ୍କୁ ଡେଲିଭରୀ ଦେଖିବା ଲାଗି ପ୍ରୋତ୍ସାହିତ କରାଯାଇଥିଲା । । ସେ କହିଛନ୍ତି ହସ୍ପିଟାଲ ଏହାର ଡ୍ୟୁଟିରେ ଅବହେଳା କରିଛି ତେଣୁ ଏହା ଜୋରିମାନା ଭରିବାକୁ ବାଧ୍ୟ । ସେ ଆହୁରି କହିଛନ୍ତି ତାଙ୍କର ମାନସିକ ଅବସ୍ଥା ବିଗିଡିଯାଇଥିବାରୁ ତାଙ୍କ ଦାମ୍ପତ୍ୟ ସଂପର୍କ ବି ଭାଙ୍ଗି ଯାଇଛି । ତାଙ୍କ ପତ୍ନୀ ତାଙ୍କୁ ଛାଡି ପଳାଇଛନ୍ତି ।

Get real time updates directly on you device, subscribe now.