fbpx

ଏହି ବ୍ୟକ୍ତିଙ୍କୁ ହେଲା ଅଜବ ରୋଗ: ପ୍ରାଇଭେଟ ପାର୍ଟ ସହ ଜଡ଼ିତ ମାମଲା

ନୂଆଦିଲ୍ଲୀ: ଆପଣ ଦୁନିଆରେ ଅନେକ ପ୍ରକାରର ରୋଗ ବିଷୟରେ ଶୁଣିଥିବେ । କିଛି ରୋଗ ଅନେକ ପୁରୁଣା ହୋଇଥିବା ବେଳେ କିଛି ନୂଆ । କିନ୍ତୁ ବେଳେବେଳେ ଏପରି କିଛି ରୋଗ ଦେଖିବାକୁ ମିଳିଥାଏ, ଯାହାକୁ ଶୁଣି ଡାକ୍ତରମାନେ ବି ଆଶ୍ଚର୍ଯ୍ୟ ହୋଇପଡନ୍ତି । ଏପରି ଏକ ମାମଲା ଆମେରିକାର ଓହିଆରୁ ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ବ୍ୟକ୍ତି ଏଗ ଅଜବ ରୋଗ ହୋଇଥିବା ଜଣାପଡିଛି । ଏହି କାରଣ ଯୋଗୁଁ ସେ ନିଜ ଶରୀରରୁ ହ୍ୱିସିଲର ଶବ୍ଦ ଶୁଣୁଛନ୍ତି । ନିଶ୍ୱାସ ନେବାରେ ଅସୁବିଧା ବ୍ୟତୀତ ଅନେକ ଶାରୀରିକ ଜଟିଳତାର ସମ୍ମୁଖୀନ ହେଉଛନ୍ତି । ତେବେ ଆସନ୍ତୁ ଜାଣିବା ଏହି ବ୍ୟକ୍ତି ଜଣକ କେଉଁ ରୋଗରେ ପୀଡିତ ଅଛନ୍ତି…

ସୂଚନା ଅନୁସାରେ, ଏହି ପୀଡିତଙ୍କ ବୟସ ୭୨ ବର୍ଷ । ସେ ଓହିଓରେ ନିଜ ପରିବାର ସହିତ ରୁହନ୍ତି । କିଛି ସମୟ ପୂର୍ବରୁ ତାଙ୍କୁ ଏକ ଅଜବ ସମସ୍ୟା ହୋଇଥିଲା । ସେ ତାଙ୍କ ଶରୀରରୁ ହ୍ୱିସିଲର ଶବ୍ଦ ଶୁଣୁଥିଲେ । ଆରମ୍ଭରେ ସେ ଏହାକୁ ଏକ ଦୁଃସ୍ୱପ୍ନ ଭାବି ଅଣଦେଖା କରିଥିଲେ, କିନ୍ତୁ କିଛି ଦିନ ପରେ ବି ହ୍ୱିସିଲ୍ ଶବ୍ଦ ଏହିପରି ଶୁଣାଯାଇଥିଲା । ସମୟ ସହ ତାଙ୍କୁ ଅନ୍ୟ କିଛି ଶାରୀରିକ ସମସ୍ୟା ଦେଖାଦେଇଥିଲା । ତାଙ୍କ ମୁହଁ ଫୁଲିଯିବାକୁ ଲାଗିଲା ଏବଂ ନିଶ୍ୱାସ ନେବା କଷ୍ଟକର ହୋଇଗଲା ।

ଏହା ପରେ ସେ ଡାକ୍ତରଙ୍କୁ ଦେଖା କରିବାକୁ ନିଷ୍ପତ୍ତି ନେଇଥିଲେ । ଡାକ୍ତର କିଛି ଟେଷ୍ଟ କରିବାକୁ କହିଥିଲେ । ପରୀକ୍ଷା ପରେ ଜଣାପଡିଲା ଯେ ତାଙ୍କ ସ୍କ୍ରୋଟମ୍ (ଅଣ୍ଡକୋଷ) ରୁ ଶବ୍ଦ ଶବ୍ଦ ବାହାରୁଛି ଏବଂ ଏହି କାରଣରୁ ଶରୀରରେ ନିର୍ଦ୍ଦିଷ୍ଟ ପରିମାଣର ବାୟୁ ଭରିବାରୁ ଶରୀର ଫୁଲିଯାଉଛି ।

ଡାକ୍ତରମାନେ ପୀଡିତଙ୍କୁ କହିଥିଲେ ଯେ, ତାଙ୍କର ‘ହ୍ୱିଷ୍ଟଲିଂ ସ୍କ୍ରୋଟମ୍’ ନାମକ ଏକ ରୋଗ ଅଛି । ଆମେରିକୀୟ ଜର୍ନାଲ୍ ଅଫ୍ କେସ୍ ରିପୋର୍ଟର ଅଧ୍ୟୟନରେ କୁହାଯାଇଛି ଯେ, ଏହି ବ୍ୟକ୍ତି ଦୁନିଆର ପ୍ରଥମ ବ୍ୟକ୍ତି ଯିଏକି ଏଭଳି ରୋଗରେ ପୀଡିତ । ଏହି ଅଧ୍ୟୟନ ରିପୋର୍ଟରେ କୁହାଯାଇଛି ଯେ ପୀଡ଼ିତଙ୍କୁ ନିଶ୍ୱାସ ନେବାରେ ବହୁତ ଅସୁବିଧା ହେଉଥିଲା । ଏହି ଅଜବ ଘଟଣା ଦେଖିବା ପରେ ଡାକ୍ତରମାନେ ତାଙ୍କ ଛାତିର ଏକ୍ସ-ରେ କରିଥିଲେ । ଏକ୍ସ-ରେ ରିପୋର୍ଟରେ ଏହାର କାରଣ ଶରୀରରେ ଅଧିକ ବାୟୁ ହୋଇଥିବାର ଡାକ୍ତରମାନେ କହିଛନ୍ତି । ଯେ ଅତ୍ୟଧିକ ବାୟୁ ହେତୁ ପୀଡିତଙ୍କ ଫୁସଫୁସ ମଧ୍ୟ ସଙ୍କୁଚିତ ହେଉଛି ।

ରୋଗୀର ଅବସ୍ଥା ଦେଖିବା ପରେ ଡାକ୍ତରମାନେ ତାଙ୍କୁ ତୁରନ୍ତ ଅସ୍ତ୍ରୋପଚାର କରିବାକୁ ପରାମର୍ଶ ଦେଇଥିଲେ । ଯଦି ଚିକିତ୍ସା ବିଳମ୍ବ ହୁଏ, ତା’ହେଲେ ତାଙ୍କ ହୃଦୟ ଏବଂ ଫୁସଫୁସ ନଷ୍ଟ ହୋଇପାରେ ଏବଂ ତାଙ୍କ ଜୀବନ ଚାଲିଯାଇାପରେ ବୋଲି ଡାକ୍ତର କହିଥିଲେ । ଏହା ପରେ ପୀଡିତଙ୍କ ଅପରେସନ ହୋଇଥିଲା । ଏବେ ସେ ଭଲ ଅଛନ୍ତି ଏବଂ ଶୀଘ୍ର ଡାକ୍ତରଖାନାରୁ ଡିସଚାର୍ଜ ହେବାର ଆଶା କରାଯାଉଛି ।

Get real time updates directly on you device, subscribe now.