(Video) ୫୨ ବର୍ଷରେ MBA ପାସ୍ କଲେ ବାପା, ପୁଅ ଖୁସି ହୋଇ ଏମିତି ଦେଲା ସରପ୍ରାଇଜ୍, ଦେଖନ୍ତୁ ଭିଡିଓ
ଏମବିଏ ପାସ୍ କଲେ ବାପା, ପୁଅ ଦେଲା ସରପ୍ରାଇଜ୍
ନୂଆଦିଲ୍ଲୀ: ‘ବୟସ କେବଳ ଏକ ସଂଖ୍ୟା !!’ ଆପଣ ଏହି ଧାଡିଟି ଅନେକ ଥର କହିଥିବେ ଏବଂ ଶୁଣିଥିବେ। କିନ୍ତୁ ମୁମ୍ବାଇର ‘ମୈତ୍ରେ ସାଥେ’ ନାମକ ଜଣେ 52 ବର୍ଷୀୟ ବ୍ୟକ୍ତି ଏହାକୁ ପ୍ରମାଣିତ କରିଛନ୍ତି। ସେ MBA ଡିଗ୍ରୀ ହାସଲ କରିଛନ୍ତି। ଏହା ପରେ, ତାଙ୍କ ପୁଅ ମୈତ୍ରେଙ୍କ ପାଇଁ ଏକ special surprise partyର ଆୟୋଜନ କରିଥିଲେ।
ଏହି surprise ପାର୍ଟିକୁ ଅତ୍ୟନ୍ତ ସ୍ୱତନ୍ତ୍ର ଏବଂ ସୁଚିନ୍ତିତ ଉପାୟରେ ପାଳନ କରାଯାଇଥିଲା। ଯାହାର ଭିଡିଓ ଭାଇରାଲ ହେବାକୁ ଅଧିକ ସମୟ ଲାଗି ନଥିଲା। ଶହ ଶହ ୟୁଜର୍ସ ଭାଇରାଲ ଭିଡିଓକୁ ପସନ୍ଦ କରିଥିଲେ ଏବଂ ଏଥିରେ ସେମାନଙ୍କର ପ୍ରତିକ୍ରିୟା ପ୍ରକାଶ କରିଥିଲେ।
View this post on Instagram
ଭିଡିଓ ଇନଷ୍ଟାଗ୍ରାମରେ ଭାଇରାଲ: ଏହି ଭିଡିଓଟି ମୈତ୍ରେୟ ସାଥେ ନାମକ ଜଣେ ୟୁଜର ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। କ୍ୟାପସନରେ ଲେଖାଯାଇଛି ‘Graduate’।
Graduate Theme ପାର୍ଟିରେ ସମସ୍ତେ 52 ବର୍ଷୀୟ ମୈତ୍ରେୟଙ୍କ ମୁହଁର ମାସ୍କ ଏବଂ କ୍ୟାପ୍ ପିନ୍ଧିଥିଲେ। ଚାରିପାଖରେ ମେସେଜ ଲେଖାଯାଇଥିବା ରଙ୍ଗୀନ ଷ୍ଟିକି ନୋଟ୍ସ ଥିଲା। ଯେତେବେଳେ ସେ ମେସେଜଗୁଡ଼ିକ ପଢିଲେ, ସେ ଖୁବ ଖୁସି ହୋଇଯାଇଥିଲେ।