fbpx
BSKY
BJD MS SKY
BJD YOUTH SKY

QR Codeକୁ ସାବଧାନ; ୨୫ ଲକ୍ଷ ଟଙ୍କାର ହୋଇଛି ଠକେଇ ଅଭିଯୋଗ, ପଢ଼ନ୍ତୁ ପୂରା ଘଟଣାକ୍ରମ

ନୂଆଦିଲ୍ଲୀ: ଡିଜିଟାଲ୍ ଟ୍ରାନଜାକ୍ସନ୍ କୁ ବର୍ତ୍ତମାନ ସମୟରେ ଖୁବ୍ ସହଜ କରିଛି କ୍ୟୁଆର୍ କୋଡ୍ । ଏହାଦ୍ୱାରା ଖୁବ୍ ସହଜରେ ପେମେଣ୍ଟ୍ ହୋଇପାରୁଛି । ଡିଜିଟାଲ୍ ପେମେଣ୍ଟ୍ ଆସିବା ପରେ କ୍ୟାସ୍ ସମସ୍ୟା ଦୂର ମଧ୍ୟ ହୋଇଛି । ଲୋକଙ୍କୁ ଏହାଦ୍ୱାରା ଫାଇଦା ମିଳିପାରୁଛି । ହେଲେ ସୁବିଧା ସହିତ ଲୋକମାନେ ଠକେଇର ଶିକାର ମଧ୍ୟ ହେଉଛନ୍ତି । ଡିଜିଟାଲ୍ ଟ୍ରାନଜାକ୍ସନ୍ ଦ୍ୱାରା ଜଣେ ବ୍ୟକ୍ତି ୭ରୁ ଅଧିକ ରାଜ୍ୟର ହୋଟେଲ ଓ ବ୍ୟବସାୟୀଙ୍କ ଠାରୁ ୨୫ ଲକ୍ଷ ଟଙ୍କା ଚୂନ ଲଗାଇଛି ।

ସୂଚନା ଅନୁସାରେ, ମହାରାଷ୍ଟ୍ରର ଠାଣେ ଜିଲ୍ଲାରେ ଜଣେ ବ୍ୟକ୍ତି ଅଲଗା-ଅଲଗା ରାଜ୍ୟରୁ ଏକାଧିକ ହୋଟେଲ୍ ଓ ବ୍ୟବସାୟୀଙ୍କ ଠାରୁ କ୍ୟୁଆର୍ କୋଡ୍ ସହିତ ହେରଫେର୍ କରି ୨୫ ଲକ୍ଷ ଟଙ୍କା ଠକି ନେଇଛି । ଏହି ଠକ ଏବେ ପୋଲିସ୍ ହାତରେ ଧରାପଡ଼ିଛି । ସୂଚନା ଯେ, ସୁଭ୍ରମନ୍ୟମ୍ ରାମକୃଷ୍ଣ ଅକ୍ଷର୍ ନାମରେ ଏହି ଅଭିଯୁକ୍ତ ଗହଣା ଦୋକାନରୁ ଗହଣା କିଣୁଥିଲା ଓ ହୋଯେଲରେ ରୁମ୍ ବୁକ୍ କରୁଥିଲା । ଟଙ୍କା ଦେବା ସମୟରେ ଡିଜିଟାଲ୍ ପେମେଣ୍ଟ୍ ମୋଡ୍ ସହିତ ହେରଫେର୍ କରୁଥିଲା । ପେମେଣ୍ଟ୍ ସକ୍ସେସଫୁଲ୍ ହେବା ପରି ସେଟିଂ କରି ଦୋକାନକୁ ଦେଖାଉଥିଲା । ଏଥିପାଇଁ ସେ ବିଭିନ୍ନ ପ୍ରକାର ଆପ୍ ବ୍ୟବହାର କରୁଥିଲା ।

ଠକେଇର ଶିକାର ହୋଇଥିବା ଜଣେ ବ୍ୟକ୍ତି ଅଭିଯୋଗ କରିବା ପରେ ଘଟଣା ସାମନାକୁ ଆସିଥିଲା । ପ୍ରଥମେ ଅଭିଯୋଗ କରିଥିବା ବ୍ୟକ୍ତି ୯୭,୩୩୦ ଟଙ୍କାର ଠକେଇର ଶିକାର ହୋଇଥିଲେ । ଏନେଇ ସେ ଠାଣେର ଏକ ପୋଲିସ୍ ଷ୍ଟେସନ୍ ରେ ଅଭିଯୋଗ କରିଥିଲେ । ଯାଞ୍ଚ ପରେ ଜଣାପଡିଥିଲା ଯେ, ଏହିଭଳି ଅଭିଯୋଗ ମୁମ୍ବାଇର ଶିବାଜୀ ପାର୍କ ଓ ଏନଏମ୍ ମାର୍ଗ ପୋଲିସ୍ ଷ୍ଟେସନ୍ ରେ ମଧ୍ୟ ହୋଇଛି । ଏକାଧିକ ପୋଲିସ୍ ଷ୍ଟେସନ୍ ରେ ମାମଲା ରୁଜୁ ହୋଇଛି ।

ଅଧିକାରୀ ମାନେ କହିଛନ୍ତି ଯେ, ମହାରାଷ୍ଟ୍ର, ଗୁଜରାଟ, ମଧ୍ୟପ୍ରଦେଶ, କର୍ଣ୍ଣାଟକ, ଛତିଶଗଡ଼, ଦିଲ୍ଲୀ ଓ ରାଜସ୍ଥାନ ସମେତ ବିଭିନ୍ନ ସ୍ଥାନରେ ୧୪ଟି ଗହଣା ଦୋକାନ ଓ ୩୨ ଟି ହୋଟେଲ ବ୍ୟବସାୟୀଙ୍କ ସହିତ ଅଭିଯୁକ୍ତ ଠକେଇ କରିଛି । ଘଟଣାକ୍ରମ ସାମନାକୁ ଆସିବା ପରେ ପୋଲିସ୍ ଅଭିଯୁକ୍ତକୁ ଗିରଫ କରିଛି ।

 

Get real time updates directly on you device, subscribe now.