fbpx

(Video) କୁମ୍ଭୀର ଛୁଆକୁ କିସ୍ କରିବାକୁ ଚାହୁଁଥିଲେ ଏହି ବ୍ୟକ୍ତି, ବାହାରିଗଲା ମଜା, ଦେଖନ୍ତୁ ଭିଡିଓ

Advertisement

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଅପଣ ବିଭିନ୍ନ ପ୍ରକାରର ଭିଡିଓ ଦେଖୁଥିବେ । କିଛି ଭିଡିଓରେ ଡ୍ୟାନ୍ସ କରୁଛନ୍ତି ତ, କିଛି ଭିଡିଓରେ ସିଙ୍ଗିଙ୍ଗ, ଏବଂ କିଛି ଭିଡିଓରେ ଦୁର୍ଘଟଣା । ଲୋକମାନେ ନିଜର ହବି ପାଇଁ କିଛି ବି କରିବାକୁ ପ୍ରସ୍ତୁତ ହେଇଯାଉଛନ୍ତି । ଏପରି ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଜଣେ ବ୍ୟକ୍ତି ଅଜବ କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି । ଏହି ବ୍ୟକ୍ତି ଜଣକ କୁମ୍ଭୀର ଛୁଆକୁ ହାତରେ ଧରି କିସ୍ କରିବାକୁ ଚେଷ୍ଟା କରୁଥିଲେ । ଏହି ସମୟରେ କିଛି ଏପରି ଘଟିଲା ଆପଣ ଦେଖି ଆଶ୍ଚର୍ଯ୍ୟ ହୋଇଯିବେ ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ଜଣେ ବ୍ୟକ୍ତି ଏକ କୁମ୍ଭୀର ଛୁଆକୁ ହାତରେ ଧରିଥିବା ଦେଖାଯାଉଛି । କୁମ୍ଭୀର ଏକ ଭୟଙ୍କର ଜନ୍ତୁ ଏହାଠାରୁ ଦୂରତା ରଖିବା ଆବଶ୍ୟକ । ହେଲେ ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ, ବ୍ୟକ୍ତି ଜଣକ କୁମ୍ଭୀରକୁ ଧରି ଖେଲିବାକୁ ଲାଗିଛନ୍ତି । ଏହାପରେ ସେ ତାକୁ କିସ୍ କରିବାକୁ ଚେଷ୍ଟା କରୁଥିଲେ । ଯେପରି ସେ କିସ୍ କରିବାକୁ ଚେଷ୍ଟା କରିଲେ, କୁମ୍ଭୀର ସେହି ବ୍ୟକ୍ତିର ନାକକୁ କାମୁଡିଦେଲା । ସୋସିଆଲ ମିଡିଆରେ ଏହି ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି ।

ଭାଇରାଲ ହେଉଥିବା ଏହି ଭିଡିଓକୁ ଇନଷ୍ଟାଗ୍ରାମରେ @lounatic11 ନାମକ ଆକାଉଣ୍ଟରୁ ସେୟାର କରାଯାଇଛି । ଯାହାକୁ ଏପର୍ଯ୍ୟନ୍ତ ସାଢେ ଚାରି ଲକ୍ଷରୁ ଅଧିକ ଲୋକ ଲାଇକ କରିସାରିଛନ୍ତି । ଏଥିରେ ଲୋକେ ଖୁବ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି । ଜଣେ ୟୁଜର କମେଣ୍ଟ କରି ଲେଖିଛନ୍ତି ଯେ, ମୂର୍ଖତାପୁର୍ଣ୍ଣ ଖେଳ ଖେଳନ୍ତୁ, ମୂର୍ଖତାପୂର୍ଣ୍ଣ ପୁରଷ୍କାର ଜିତନ୍ତୁ । ଏକ ଅନ୍ୟ ୟୁଜର ଲେଖିଛନ୍ତି ଯେ, ଏହା ଏତିକି ଖରାପ ନୁହେଁ, ଯଦି ସେ ଏହାକୁ ଦୂର ପର୍ଯ୍ୟନ୍ତ ଟାଣିନଥାଆନ୍ତେ ।

 

View this post on Instagram

 

A post shared by Louis Ramirez (@lounatic11)

Get real time updates directly on you device, subscribe now.