fbpx

୬ ସନ୍ତାନଙ୍କୁ ବାଇକରେ ନେଇ ଯାଉଥିଲା ବ୍ୟକ୍ତି, ପୋଲିସ ଅଟକାଇବାରୁ କହିଲା- ପତ୍ନୀ ଗର୍ଭବତୀ ଅଛି ସାହେବ!

କରୋନାକୁ ନେଇ ସାରା ଦେଶରେ ଲକ୍-ଡାଉନ୍ ଲାଗୁ ହୋଇଥିବା ବେଳେ ଏହାକୁ ଖାମଖିଆଲୀ ଭାବେ ନେଉଛନ୍ତି କିଛି ଲୋକ । ଏଭଳି ଏକ ଘଟଣା ଉତ୍ତରପ୍ରଦେଶର ମଥୁରାର କୋସୀକଲାରେ ଦେଖିବାକୁ ମିଳିଛି । ଏଠାରେ ଅରଶଦ ନାମକ ଜଣେ ବ୍ୟକ୍ତି ନିଜର ୬ ସନ୍ତାନ ଓ ପତ୍ନୀ ମୁନିଭାଙ୍କୁ ବାଇକରେ ବସାଇ ନେଉଥିବା ବେଳେ ହାଇୱେରେ ଅଟକାଇଥିଲା ପୋଲିସ । କୁଆଁଡେ ଯାଉଛ ବୋଲି ପଚାରିବାରୁ ଅରଶଦ କହିଥିଲେ ଯେ, ମୋ ପତ୍ନୀ ଗର୍ଭବତୀ ଅଛି ସାହେବ । ପେଟରେ ଯନ୍ତ୍ରଣା ହେବାରୁ ତାକୁ ମେଡିକାଲ ନେଇ ଯାଉଛି । ଘରେ କେହି ବୟସ୍କ ବା ପରିବାର ବର୍ଗ ନଥିବାରୁ ପିଲାମାନଙ୍କୁ ସାଙ୍ଗରେ ମଧ୍ୟ ନେଇ ଯାଉଛି ।’

ଗୋଟିଏ ବାଇକରେ ଏତେ ସଂଖ୍ୟାରେ ଯିବା ଆସିବା କରିବା ବିପଦର ଘଣ୍ଟି ସଦୃଶ୍ୟ । କିନ୍ତୁ ଗର୍ଭବତୀ ମହିଳା ଥିବାରୁ ମାନବିକତା ଦୃଷ୍ଟି ପୋଲିସ ସେମାନଙ୍କୁ ଯିବାକୁ ଅନୁମତି ଦେଇଥିଲା ।

Get real time updates directly on you device, subscribe now.