fbpx

ମାନସ ସ୍ୱାଇଁ ହତ୍ୟା ମାମଲାରେ ନୂଆ ସୁରାକ: ୪ ଅଭିଯୁକ୍ତଙ୍କୁ ସ୍ପଟକୁ ନେଉଛି କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ ମିଳିଛି ନୂଆ ସୁରାକ । ୪ ଅଭିଯୁକ୍ତ ବର୍ତ୍ତମାନ ୫ ଦିନିଆ ରିମାଣ୍ଡରେ ରହିଥିବା ବେଳେ କ୍ରାଇମବ୍ରାଞ୍ଚ ପକ୍ଷରୁ ଏକ ସ୍ପଟକୁ ନିଆଯାଉଥିବା ଜଣାପଡିଛି । କଣ ସୁରାକ ମିଳିଛି ଏବଂ କେଉଁ ସ୍ଥାନକୁ ନିଆଯାଉଛି ସେ ସମ୍ପର୍କରେ କିଛି ସ୍ପଷ୍ଟ କରାଯାଇନାହିଁ । ତେବେ ଆଜି କ୍ରାଇମ ସିନ୍ ରି କ୍ରିଏସନ୍ କରାଯିବ ନାହିଁ ବୋଲି କ୍ରାଇମବ୍ରାଞ୍ଚ ମୁଖ୍ୟାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

କ୍ରାଇମ୍‌ବ୍ରାଞ୍ଚ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ, ତାଙ୍କ ସହଯୋଗୀ ନିରଞ୍ଜନ ସେଠୀ, ଝୁନା ଭୋଇ ଓ ରାଜ କମ୍ୟୁନିକେସନ୍‌ର ମାଲିକ ରଞ୍ଜନ ନାୟକଙ୍କୁ ୫ ଦିନିଆ ରିମାଣ୍ଡରେ ଆଣି ପଚରା ଉଚୁରା ଜାରି ରଖିଛି । ଅନ୍ୟପଟେ ମୃତ ମାନସଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ କ୍ରାଇମ୍‌ବ୍ରାଞ୍ଚର ହସ୍ତଗତ ହୋଇଛି । ସେମାନେ ତାକୁ ଦୟାଲ ଆଶ୍ରମ ଆଣିବା ପରେ ଉପାସରେ ରଖି କଠିନ ଅସ୍ତ୍ରରେ ପିଟିଥିଲେ । ଫଳରେ ମାନସଙ୍କ ପଞ୍ଜରାହାଡ଼ ଭାଙ୍ଗିଯିବା ସହ ମେରୁହାଡ଼ ମଧ୍ୟ ଭାଙ୍ଗିଯାଇଥିଲା । ବିଭିନ୍ନ ସ୍ଥାନରେ କ୍ଷତଚିହ୍ନ ମଧ୍ୟ ରହିଥିଲା । ତେବେ ପ୍ରବଳ ରକ୍ତସ୍ରାବ ହେବାରୁ ତା’ର ମୃତ୍ୟୁ ଘଟିଥିଲା ବୋଲି ରିପୋର୍ଟରେ ଉଲ୍ଳେଖ କରାଯାଇଛି ।

Get real time updates directly on you device, subscribe now.