fbpx

କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲା: ସ୍ପଟ ଉପରକୁ ଶର୍ମିଷ୍ଠାଙ୍କୁ ନେଲା କ୍ରାଇମବ୍ରାଞ୍ଚ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାକୁ ନେଇ ଭାନୁମତୀ ପେଡି ଖୋଲିବାରେ ଲାଗିଛି । ଦିନକୁ ଦିନ ଗୋଟିଏ ଲେଖାଏଁ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ମାନସକୁ ହତ୍ୟା କରିଥିବା ନେଇ ସ୍ୱୀକାର କରିବା ପରେ ଗତକାଲି ୫ ଅପରାଧୀଙ୍କୁ କ୍ରାଇମବ୍ରାଞ୍ଚ ପକ୍ଷରୁ ସ୍ପଟକୁ ନିଆଯାଇଥିବା ବେଳେ ଶୁକ୍ରବାର ମଧ୍ୟ ସମାନ ଘଟଣା ଘଟିଛି । ମୁଖ୍ୟ କାର୍ପଟଦାର ଶର୍ମିଷ୍ଠା ରାଉତକୁ କ୍ରାଇମ ସିନକୁ ନେଉଛି କ୍ରାଇମବ୍ରାଞ୍ଚ । ଯେଉଁ ଦୟାଲ ଆଶ୍ରମରେ ମାନସଙ୍କୁ ହତ୍ୟା କରାଯାଇଥିଲା ସେଠାକୁ ଶର୍ମିଷ୍ଠାଙ୍କୁ ନେଇ ଯାଇଛି କ୍ରାଇମବ୍ରାଞ୍ଚ ।

କ୍ରାଇମ୍‌ବ୍ରାଞ୍ଚ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ, ତାଙ୍କ ସହଯୋଗୀ ନିରଞ୍ଜନ ସେଠୀ, ଝୁନା ଭୋଇ ଓ ରାଜ କମ୍ୟୁନିକେସନ୍‌ର ମାଲିକ ରଞ୍ଜନ ନାୟକଙ୍କୁ ୫ ଦିନିଆ ରିମାଣ୍ଡରେ ଆଣି ପଚରା ଉଚୁରା ଜାରି ରଖିଛି । ଅନ୍ୟପଟେ ମୃତ ମାନସଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ କ୍ରାଇମ୍‌ବ୍ରାଞ୍ଚର ହସ୍ତଗତ ହୋଇଛି । ସେମାନେ ତାକୁ ଦୟାଲ ଆଶ୍ରମ ଆଣିବା ପରେ ଉପାସରେ ରଖି କଠିନ ଅସ୍ତ୍ରରେ ପିଟିଥିଲେ । ଫଳରେ ମାନସଙ୍କ ପଞ୍ଜରାହାଡ଼ ଭାଙ୍ଗିଯିବା ସହ ମେରୁହାଡ଼ ମଧ୍ୟ ଭାଙ୍ଗିଯାଇଥିଲା । ବିଭିନ୍ନ ସ୍ଥାନରେ କ୍ଷତଚିହ୍ନ ମଧ୍ୟ ରହିଥିଲା । ତେବେ ପ୍ରବଳ ରକ୍ତସ୍ରାବ ହେବାରୁ ତା’ର ମୃତ୍ୟୁ ଘଟିଥିଲା ବୋଲି ରିପୋର୍ଟରେ ଉଲ୍ଳେଖ କରାଯାଇଛି ।

Get real time updates directly on you device, subscribe now.