fbpx

ସତ୍ୟବ୍ରତ ହତ୍ୟା ମାମଲାରେ ଗିରଫ ହୋଇଛନ୍ତି ଗୁରୁଜୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସତ୍ୟବ୍ରତ ନାଏକ ହତ୍ୟା ମାମଲାରେ ଗିରଫ ହୋଇଛନ୍ତି ମାନସ ଦାସ ଓରଫ୍ ତଥାକଥିତ ବାବା ଗୁରୁଜୀ । ଅଗଷ୍ଟ ୩ ତାରିଖରେ ଅଭିମାନପୁରର ବସନ୍ତ ନାଏକଙ୍କ ଏତଲା ଆଧାରରେ ଗିରଫ କରାଯାଇଛି । ସତ୍ୟବ୍ରତ ନାଏକ ହତ୍ୟା ମାମଲାରେ ପୂର୍ବରୁ ୬ ଜଣଙ୍କୁ ଗିରଫ କରାଯାଇଥିଲା । ଆଉ ଏବେ ବାବା ମାନସ ଦାସ ଗିରଫ ହୋଇଛନ୍ତି । ଏହି ମାମଲାରେ ଅନ୍ୟ ଅଭିଯୁକ୍ତ ମାନଙ୍କ ଗିରଫ କରିବା ନେଇ ତଦନ୍ତ ହେଉଥିଲା । ଏନେଇ ଖୋର୍ଦ୍ଧା ଏସପି ସୂଚନା ଦେଇଛନ୍ତି । ପୂର୍ବରୁ ଗିରଫ ହୋଇଥିବା ୬ଜଣଙ୍କ ମଧ୍ୟରୁ ୩ ଜଣଙ୍କୁ ରିମାଣ୍ଡରେ ଆଣି ଜେରା କରାଯାଉଥିଲା । ଏଥିରେ ମାନସଙ୍କ ସଂପୃକ୍ତି ନେଇ ପ୍ରମାଣ ମିଳିବା ପରେ ଗିରଫ କରାଯାଇଛି ।

Get real time updates directly on you device, subscribe now.