fbpx

ମାନସିକ ବିକୃତ ବ୍ୟକ୍ତିଙ୍କୁ ପଥରରେ ଛଚି ହତ୍ୟା, ପୋଲିସର ତଦନ୍ତ ଜାରି                                                   

କେନ୍ଦୁଝର ସଦର ଥାନା ଅନ୍ତର୍ଗତ଼ ପଦ୍ମପୁର ବଜାରରେ ଜଣେ ମାନସିକ ବ୍ୟକ୍ତିଙ୍କୁ କେହି ପଥରରେ ଛେଚି ହତ୍ୟା କରିଛି। ତେବେ ମୃତ ବ୍ୟକ୍ତିଙ୍କ ପରିଚୟ ମିଳିଥିବାବେଳେ ପଦ୍ମପୁର ଅଞ୍ଚଳରେ ବୁଲୁଥିବା ସମୟରେ ଗତକାଲି ତାଙ୍କୁ କେହି ହତ୍ୟା କରିଥିବା ଅନୁମାନ କରାଯାଉଛି ।

ଏକ ବଡ଼ ପଥରରେ ତାଙ୍କ ମୁଣ୍ତକୁ ଛେଚି ଅତି ନୃସଂଶ ଭାବରେ ହତ୍ୟା କରାଯାଇଛି । ପଦ୍ମପୁର ବଜାର ପିଣ୍ତି ନିକଟରେ ଅନ୍ୟଜଣେ ମାନସିକ ବିକୃତ ମହିଳା ଥିବାରୁ ଏହି ହତ୍ୟାକାଣ୍ତରେ ତାଙ୍କୁ ସନ୍ଦେହ କରାଯାଉଛି । ଆଜି ସକାଳେ ବଜାର ସଫେଇ କର୍ମଚାରୀ ବ୍ୟକ୍ତିଙ୍କ ଶବ ଦେଖି ପୋଲିସକୁ ଖବର ଦେଇଥିଲେ । ଖବର ପାଇ ସଦର ପୋଲିସ ଏସ୍ ଆଇ୍ ସ୍ୱରୂପ ରଞ୍ଜନ ନାଏକ,ସୂର୍ଯ୍ୟକାନ୍ତ ପାତ୍ର ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

 

 

Get real time updates directly on you device, subscribe now.