୫୦ ବର୍ଷ ପରେ ଆସିଛି ଏହି ଯୋଗ, ମଙ୍ଗଳ ଶନି ନକ୍ଷତ୍ରରେ କରିବେ ପ୍ରବେଶ, ୩ ରାଶିର ଭାଗ୍ୟ ବଦଳିବ

ମାଟି ଧରିଲେ ସୁନା ପାଲଟିବ ଏହି ରାଶି ଲୋକ । ସଫଳତା ପାଦ ଛୁଇଁବ । ଦୀର୍ଘ ବର୍ଷ ପରେ ଏହି ଯୋଗ ଆସିଛି ।

ଓଡ଼ିଶା ଭାସ୍କର: ଜ୍ୟେତିଷଶାସ୍ତ୍ର ଅନୁସାରେ ସୌରମଣ୍ଡଳର ଗ୍ରହମାନେ କୌଣସି ରାଶି କିମ୍ବା ନକ୍ଷତ୍ରରେ ଅସୀମିତ ସମୟ ପର୍ଯ୍ୟନ୍ତ ରହି ନ ଥାନ୍ତି । ଏକ ନିର୍ଦ୍ଧିଷ୍ଟ ସମୟ ଅନ୍ତରାୟରେ ସେମାନଙ୍କ ଚଳନ ହୁଏ । ଅର୍ଥାତ୍ ସ୍ଥାନ ପରିବର୍ତ୍ତନ କରି ନୂଆ ସ୍ଥାନକୁ ଯାଆନ୍ତି । ଯାହାର ପ୍ରଭାବ ରାଶି ଉପରେ ପଡେ ।

ମଙ୍ଗଳ ଗ୍ରହ ୫୦ ବର୍ଷ ପରେ ଶନି ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଯାହାଫଳରେ ମଙ୍ଗଳ-ପୁଷ୍ୟା ଯୋଗ ଉତ୍ପତି ହେବ । ଏହାର ପ୍ରଭାବରେ ୩ ରାଶିର ସୁଖ ଦିନ ଆରମ୍ଭ ହୋଇଯିବ ।
ସେମାନେ ଯେଉଁ କାମ କରିବେ ସବୁଥିରେ ସେମାନଙ୍କୁ ସଫଳତା ମିଳିବ ।

ବୈଦିକ ଶାସ୍ତର ଅନୁସାରେ ମଙ୍ଗଳ ଗ୍ରହ ୧୨ ଏପ୍ରିଲ ସକାଳ ୬ଟା ୩୨ରେ ଶନିଙ୍କ ପୁଷ୍ୟା ନକ୍ଷତ୍ରରେ ଗୋଚର କରିବେ । ଯାହାଦ୍ୱାରା ମଙ୍ଗଳ-ପୁଷ୍ୟା ଯୋଗ ସୃଷ୍ଟି ହେବ । ଏହାର ପ୍ରଭାବରେ ଚାକିରି ଏବଂ ବ୍ୟବସାୟ କ୍ଷେତ୍ରରେ ବଡ଼ ସଫଳତା ମିଳିବ । ନୂଆ ଯୋଜନାକୁ ମଧ୍ୟ କାର୍ଯ୍ୟକାରୀ କରିବାର ଏହାଠୁ ଭଲ ମୁହୂର୍ତ୍ତ ମିଳିବ ନାହିଁ ।

କର୍କଟ: ମଙ୍ଗଳ ଶନି ନକ୍ଷତ୍ର ଗୋଚର କରିବା ଦ୍ୱାରା କର୍କଟ ରାଶିର ଲୋକଙ୍କୁ ବଡ଼ ଫାଇଦା ମିଳିବ । ବଡ଼ ବିଜନେସ୍ ଡିଲ୍ ହାତକୁ ଆସିବ । ସମାଜରେ ମାନ, ସମ୍ମାନ ମିଳିବ । ସାମାଜିକ ସଂସ୍ଥାରୁ ପୁରସ୍କାର ପ୍ରାପ୍ତିର ଯୋଗ ରହିଛି । ବୈବାହିତ ଜୀବନ ମଧ୍ୟ ଖୁସିରେ କଟିବ । ଆପଣଙ୍କ ଘରେ ମାଙ୍ଗଳିକ କାର୍ଯ୍ୟ ହେବାର ସମ୍ଭାବନା ଉପୁଜୁଛି ।

କନ୍ୟା: ଚାକିରି କରୁଥିବା କନ୍ୟା ରଶିର ବ୍ୟକ୍ତିଙ୍କ ପାଇଁ ସଫଳତା ମିଳିବ । ପ୍ରମୋଶନ୍ ହେବାର ସମ୍ଭାବନା ରହିଛି । ଦରମା ବୃଦ୍ଧି । ଆର୍ଥିକ ସ୍ଥିତି ମଜଭୁତ ହେବାର ଯୋଗ ହେଉଛି । ଆତ୍ମବିଶ୍ୱାସ ବଢ଼ିବ । ନୂଆ ବେପାର ଆରମ୍ଭ କରିବା ପାଇଁ ଭଲ ସମୟ ରହିଛି ।

ମୀନ: ମଙ୍ଗଳଙ୍କର ନକ୍ଷତ୍ର ପରିବର୍ତ୍ତନ କାରଣରୁ କ୍ୟାରିୟରରେ ବଡ଼ ପରିବର୍ତ୍ତନ ହେବ । ବ୍ୟବସାୟ କରୁଥିଲେ ବଡ଼ ଅର୍ଡର ହାତକୁ ଆସିବାର ଯୋଗ ରହିଛି । ଖର୍ଚ୍ଚ ଅପେକ୍ଷା ଆୟ ବଢ଼ିବ । ନୂଆ ମଡେଲର ଗାଡ଼ି କିଣିପାରନ୍ତି । କାରଣ ଏହି ରାଶିର ବ୍ୟକ୍ତିଙ୍କ ପାଇଁ ବାହନ କ୍ରୟର ଯୋଗ ରହୁଛି । ପରୀକ୍ଷାରେ ସଫଳତା ମିଳିବା ସାଙ୍ଗକୁ ଦାମୀ ଜିନିଷ କ୍ରୟ ମଧ୍ୟ କରିପାରନ୍ତି ।