fbpx

ତ୍ରିପୁରାରେ ପୁଣି ବିଜେପି ସରକାର: ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ମାଣିକ ସାହା

ନୂଆଦିଲ୍ଲୀ: ତ୍ରିପୁରା ନିର୍ବାଚନକୁ ନେଇ ଏକ ବଡ ଘୋଷଣା କରାଯାଇଛି । ପୁଣିଥରେ ତ୍ରିପୁରାର ମୁଖ୍ୟମନ୍ତ୍ରୀ ସିଂହାସନ ଆରୋହଣ କରିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ମାଣିକ ସାହା । ଲଗାତାର ଦ୍ୱିତୀୟ ଥର ପାଇଁ ସେ ମୁଖ୍ରମନ୍ତ୍ରୀ ଭାବରେ ଶାସନ କରିବେ । ବିଧାୟକ ଦଳର ବୈଠକରେ ଏ ନେଇ ନିଷ୍ପତ୍ତି ପରେ ଆସନ୍ତା ୮ ତାରିଖରେ ଶପଥ ଗ୍ରହଣ କରିବେ ମାଣିକ ସାହା । ନିଜ ସିଟରୁ ନିର୍ବାଚନ ଲଢିବା ସହ ପ୍ରତ୍ୟେକ ସିଟରେ ନେତୃତ୍ୱ ନେଇଥିଲା ବିଜେପି ।

ଦ୍ୱିତୀୟ ଥର ତ୍ରିପୁରାର ମୁଖ୍ୟମନ୍ତ୍ରୀ ଭାବରେ ମାଣିକ ସାହା ଦାୟିତ୍ୱ ନେବାକୁ ଯାଉଛନ୍ତି । ସୋମବାର ବିଜେପି ବିଧାୟକ ଦଳର ବୈଠକରେ ଏ ନେଇ ଆଲୋଚନା ହେଉଥିବା ବେଳେ ମାଣିକ ସାହାଙ୍କ ଉପରେ ମୋହର ବାଜିଛି । ମୁଖ୍ରମନ୍ତ୍ରୀ ଏବଂ ନୂଆ ମନ୍ତ୍ରୀମଣ୍ଡଳ ଆସନ୍ତା ୮ ତାରିଖରେ ଶପଥ ଗ୍ରହଣ କରିବେ ବୋଲି ଘୋଷଣା କରାଯାଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ ଏବଂ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମେତ ଦଳର ଅନେକ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହିଥିଲେ । ତ୍ରିପୁରାରେ ୬୦ରୁ ୩୩ଟି ସିଟରେ ବିଜୟ ହାସଲ କରି ଦ୍ୱିତୀୟ ଥର ପାଇଁ ସରକାର ଗଢିବାର ଅନୁମୋଦନ ପାଇସାରିଥିଲା ବିଜେପି । ଏହା ବ୍ୟତୀତ ଟିଏମସି ୨୮ଟି ସିଟ ପାଇଁ ଆଶାୟୀ ରହିଥିଲେ ମଧ୍ୟ ଗୋଟିଏ ବି ସିଟରେ ବିଜୟ ଲାଭ କରି ପାରିନାହିଁ ଦଳ ।

୨୦୧୬ ମସିହାରେ ମାଣିକ ସାହା କଂଗ୍ରେସ ଛାଡି ବିଜେପିରେ ଯୋଗଦାନ କରିଥିଲେ । ଏହାପୂର୍ବରୁ ରାଜ୍ୟସଭା ସାଂସଦ ଚୟନ କରାଯାଇଥିଲା, କିନ୍ତୁ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ଅବସ୍ଥାପିତ କରାଗଲା । ପାର୍ଟି ତରଫରୁ ତାଙ୍କୁ ବୁଥ ପ୍ରବନ୍ଧନ ସମିତି ଏବଂ ରାଜ୍ୟସ୍ତରୀୟ ସଦସ୍ୟତା ଅଭିଯାନର ପ୍ରଭାରୀ ଭାବରେ ମଧ୍ୟ ଦାୟିତ୍ୱ ଦିଆଯାଇଛି । ତେବେ ମୁଖ୍ୟମନ୍ତ୍ରୀ ପଦବୀ ପାଇବା ପରେ ସେ ରାଜ୍ୟସଭା ସଦସ୍ୟତାରୁ ଇସ୍ତଫା ଦେଇଥିଲେ । ଏହାପରେ ୨୦୨୦ରେ ତ୍ରିପୁରାର ବିଜେପି ପ୍ରମୁଖ ଭାବରେ ନିୟୋଜିତ ହୋଇଥିଲେ ମାଣିକ ସାହା ।

Get real time updates directly on you device, subscribe now.