ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂହ ଦେଲେ ଇସ୍ତଫା, ଅମିତ ଶାହଙ୍କୁ ଭେଟିବା ପରେ ନେଲେ ଏହି ନିଷ୍ପତ୍ତି
ମଣିପୁରର ମୁଖ୍ୟମନ୍ତ୍ରୀ ପଦରୁ ଦେଲେ ଇସ୍ତଫା। ଇମ୍ଫାଲର ରାଜଭବନରେ ରାଜ୍ୟପାଳ ଅଜୟ କୁମାର ଭଲ୍ଲାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତପା ପତ୍ର ଜାରି କରିଛନ୍ତି।
ନୂଆଦିଲ୍ଲୀ: ମଣିପୁରରେ ବିଗତ ଦିନଗୁଡ଼ିକରେ ଚାଲିଆସୁଥିବା ହିଂସା ମଧ୍ୟରେ ବର୍ତ୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଇମ୍ଫାଲ ସ୍ଥିତ ରାଜଭବନରେ ରାଜ୍ୟପାଳ ଅଜୟ କୁମାର ଭଲ୍ଲାଙ୍କୁ ଭେଟିବା ପରେ ଏନ ବୀରେନ ସିଂହ ରାଜ୍ୟପାଳ ଅଜୟ କୁମାର ଭଲ୍ଲାଙ୍କୁ ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି।
ଏହା ପୂର୍ବରୁ ଏନ ବୀରେନ ସିଂହ ଆଜି ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ। ସେଠାରୁ ଆସିବା ପରେ ସେ ଏଭଳି ନିଷ୍ପତ୍ତି ନେଇ ଜାରି କରିଛନ୍ତି ଇସ୍ତଫା ପତ୍ର।
Manipur CM N Biren Singh hands over the letter of resignation from the post of Chief Minister to Governor Ajay Kumar Bhalla at the Raj Bhavan in Imphal. pic.twitter.com/zcfGNVdPPo
— ANI (@ANI) February 9, 2025