fbpx

ମଣିପୁରରେ ଥମୁନି ହିଂସା; ପୋଲିସ କ୍ୟାମ୍ପରେ ଉଗ୍ରବାଦୀଙ୍କ ଆକ୍ରମଣ, ଅସ୍ତ୍ରଶସ୍ତ୍ର ଲୁଟ୍ ଉଦ୍ୟମରେ ଜଣେ ମୃତ

Advertisement

ନୁଆଦିଲ୍ଲୀ: ମଣିପୁରରେ ଆରମ୍ଭ ହୋଇଥିବା ହିଂସା କମିବାର ନାଁ ହେଉ ନାହିଁ । ମଙ୍ଗଳବାର ଥୋବଲ ଜିଲ୍ଲାରେ ସଂଘର୍ଷ ଦେଖିବାକୁ ମିଳିଥିଲା। ଯେଉଁଠାରେ କିଛି ଉଗ୍ରବାଦୀ କଥିତ ଇଣ୍ଡିଆନ ରିଜର୍ଭ ଫୋର୍ସ(ଆଇଆରବି) କ୍ୟାମ୍ପ ଉପରେ ଆକ୍ରମଣ କରି ସେଠାରେ ଅସ୍ତ୍ରଶସ୍ତ୍ର ଲୁଟିବାକୁ ଉଦ୍ୟମ କରୁଥିଲେ। ଏହି ସମୟରେ ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ସୁରକ୍ଷାକର୍ମମାନେ ଫାଙ୍ଖାରେ ଗୁଳି ଚଳାଇଥିଲେ। ଯେଉଁଥିରେ ଜଣେ ୨୭ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଯାଇଥିଲା।

ଅଧିକାରୀ କହିଛନ୍ତି ଯେ ଉଗ୍ରବାଦୀମାନେ ଖଙ୍ଗାବୋକ ଅଞ୍ଚଳର ୨ୟ ଆଇଆରବି ବାଟାଲିୟନର କ୍ୟାମ୍ପ ଉପରେ ଆକ୍ରମଣ କରି ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଚୋରି କରିବାକୁ ଚେଷ୍ଟା କରିଥିଲେ । ସୁରକ୍ଷା ବାହିନୀ ପ୍ରଥମେ ଲୁହବୁହା ଗ୍ୟାସ୍ ସେଲ୍ ଏବଂ ରବର ବୁଲେଟ୍ ବ୍ୟବହାର କରି ଭିଡ଼କୁ ନିୟନ୍ତ୍ରଣ କରିଥିଲେ । ତେବେ ସଶସ୍ତ୍ର ଉଗ୍ରବାଦୀମାନେ ଗୁଳି ଚଳାଇବାରୁ ସେନାର ପ୍ରତିଜବାବରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଯାଇଥିଲା।

Get real time updates directly on you device, subscribe now.