fbpx

କଂଗ୍ରେସର ନ୍ୟାୟ ଯାତ୍ରା; ୮୫ ଜିଲ୍ଲା, ୬୨୦୦କିମି ଅଞ୍ଚଳ, ଓଡିଶା ବି ସାମିଲ ରହିଛି

Advertisement

ନୂଆଦିଲ୍ଲୀ: ୨୦୨୪ ନିର୍ବାଚନ ପୂର୍ବରୁ କଂଗ୍ରେସ ଏକ ବଡ ନିଷ୍ପତ୍ତି ନେଇଛି । ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ଯାତ୍ରା ପରେ କଂଗ୍ରେସ ଏବେ ଆଉ ଏକ ଯାତ୍ରା ବାହାର କରିବାକୁ ନିଷ୍ପତ୍ତି ନେଇଛି । ଏହି ଯାତ୍ରାର ନାମ ଭାରତ ନ୍ୟାୟ ଯାତ୍ରା ରଖାଯାଇଛି ଯାହା ଜାନୁୟାରୀ ୧୪ରୁ ଆରମ୍ଭ ହେବ । ମଣିପୁରରୁ ମୁମ୍ବାଇ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଯାତ୍ରାରେ କଂଗ୍ରେସ ମୋଟ ୬୨୦୦କିଲୋମିଟର ଦୂର ଯାତ୍ରା କରିବ ।
ଏହି ଯାତ୍ରା ୧୪ ଜାନୁୟାରୀରୁ ଆରମ୍ଭ ହୋଇ ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ଚାଲିବ । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ ଏହି ଯାତ୍ରାକୁ ସବୁଜ ପତାକା ଦେଖାଇବେ । ତେବେ ଏହି ଯାତ୍ରାର ନେତୃତ୍ୱ ରାହୁଲ ଗାନ୍ଧୀ କରିବେ କି ଆଉ କେହି କରିବେ ସେ ବିଷୟରେ କଂଗ୍ରେସ ସ୍ପଷ୍ଟ କରିନାହିଁ ।

ତେବେ କଂଗ୍ରେସର ଏହି ଯାତ୍ରା ପୂର୍ବ ଯାତ୍ରା ପରି ପୁରା ପଦଯାତ୍ରା ହେବ ନାହିଁ । ଏହି ମେଗା ଯାତ୍ରାରେ ବସ୍‌ର ବ୍ୟବହାର କରାଯିବ । ଏହି ଯାତ୍ରା ଜରିଆରେ କଂଗ୍ରେସ ୧୪ ରାଜ୍ୟର ୮୫ ଜିଲ୍ଲା କଭର କରିବ । ୬୨୦୦କିଲୋମିଟର ବିଶିଷ୍ଟ ଏହି ଯାତ୍ରାରେ କଂଗ୍ରେସ ମଣିପୁର, ନାଗାଲାଣ୍ଡ, ମେଘାଳୟ, ରାଜସ୍ଥାନ, ଛତିଶଗଡ, ଗୁଜରାଟ, ମହାରାଷ୍ଟ୍ର, ଝାରଖଣ୍ଡ, ଓଡିଶା, ଉତ୍ତରପ୍ରଦେଶ, ଆସାମ, ମେଘାଳୟ, ପଶ୍ଚିମବଙ୍ଗ, ବିହାର ଆଦି ରାଜ୍ୟ ଯାତ୍ରା କରିବ ।
ଏହି ଯାତ୍ରାର ନାମ କାହିଁକି ନ୍ୟାୟ ଯାତ୍ରା ରଖାଯାଇଛି ତାହାର ଉତ୍ତରରେ କଂଗ୍ରେସ ମହାସଚିବ ଜୟରାମ ରମେଶ କହିଛନ୍ତି ଆମେ ଜନତାଙ୍କୁ ଆଶ୍ୱାସନା ଦେବାକୁ ଚାହୁଁଛୁ କି ନିର୍ବାଚନରେ ଜିତି କ୍ଷମତାକୁ ଆସିଲେ ଆମେ ଆର୍ଥିକ, ସାମାଜିକ ଓ ରାଜନୀତିକ ନ୍ୟାୟ ଉପଲବ୍ଧ କରାଇବୁ ।

Get real time updates directly on you device, subscribe now.