ନୂଆଦିଲ୍ଲୀ- ପୁଣି ଅଶାନ୍ତ ହୋଇଛି ମଣିପୁର । ମଣିପୁରରେ ଉଗ୍ରରୂପ ନେଇଛି ହିଂସା । ମଣିପୁର ସ୍ଥିତିକୁ ନେଇ ଚିନ୍ତାବ୍ୟକ୍ତ କରିଛି ରାଷ୍ଟ୍ରୀୟ ସ୍ୱୟଂ ସଂଘ । ହିଂସାର ସମାଧାନ ନ ହେବାକୁ ଦୁର୍ଭାଗ୍ୟପୂର୍ଣ୍ଣ କହିଛି ସଂଘ । ଆରଏସଏସ ତରଫରୁ କୁହାଯାଇଛି କି, ୧୯ ମାସ ଧରି ହିଂସା ଥମିବାର ନାଁ ନେଉନି । ହିଂସା ପାଇଁ ଅନେକ ନିର୍ଦ୍ଦୋଶ ଲୋକଙ୍କ ଜୀବନ ଯାଇଛି । ଲକ୍ଷ ଲକ୍ଷ ଲୋକ ହିଂସା ଦ୍ୱାରା ପ୍ରଭାବିତ ହୋଇଛନ୍ତି । ଏଥିସହ, ସେଠାରେ ମହିଳା ଓ ଶିଶୁଙ୍କ ପ୍ରତି ହେଉଥିବା କ୍ରୁରତାକୁ ସଂଘ ନିନ୍ଦା କରିଛି । ଏପରି କାର୍ଯ୍ୟକୁ ସଂଘ କାପୁରୁଷତାପୂର୍ଣ୍ଣ ଓ ମାନବିକତା ସିଦ୍ଧାନ୍ତର ବିରୋଧୀ ବୋଲି କହିବା ସହ ତୁରନ୍ତ କେନ୍ଦ୍ର ଓ ରାଜ୍ୟ ତୁରନ୍ତ ସଂଘର୍ଷ ବାହାର କରିବାକୁ କହିଛି ।
ମଣିପୁରରେ ମହିଳା ଓ ଶିଶୁଙ୍କ ଶବ ମିଳିବା ପରେ ପୁଣି ହିଂସା ମୁଣ୍ଡଟେକିଛି । ଇମ୍ଫାଲ ଘାଟିରେ ଉତ୍କ୍ଷିପ୍ତ ଲୋକେ ବିଜେପି ମନ୍ତ୍ରୀ ଓ ବିଧାୟକଙ୍କ ଘର ଉପରେ ଆକ୍ରମଣ କରିଛନ୍ତି । ପ୍ରଦର୍ଶନକାରୀଙ୍କ ଦ୍ୱାରା ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂହଙ୍କ ପୈତୃକ ଘର ଉପରକୁ ଆକ୍ରମଣ କରିବାକୁ ଚେଷ୍ଟା କରାଯାଉଥିବା ବେଳେ ପୋଲିସ ଏହାକୁ ପଣ୍ଡ କରିଛି । ସୂଚନା ମୁତାବକ, ଶନିବାର ଦିନ ଜିରିବାମ ଜିଲ୍ଲାରେ ଦୁଇ ମହିଳା ଓ ଜଣେ ଶିଶୁର ମୃତଦେହ ବରାକ ନଦୀରୁ ଉଦ୍ଧାର ହୋଇଥିଲା, ଏହା ପୂର୍ବରୁ ଶୁକ୍ରବାର ଦିନ ଦୁଇ ଶିଶୁ ଓ ଜଣେ ମହିଳାଙ୍କ ଶବ ମିଳିଥିଲା । ଲୋକଙ୍କ ଅଭିଯୋଗ ଉଗ୍ରବାଦୀ ସେମାନଙ୍କୁ ଅପହରଣ ପରେ ହତ୍ୟା କରିଛନ୍ତି । ଯାହାକୁ ନେଇ ସୋମବାର ଦିନ ଜିରିବାମରେ ସୁରକ୍ଷାବଳ ଓ ଉଗ୍ରବାଦୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହା ପରେ ଆଶ୍ରୟସ୍ଥଳରୁ ତିନି ମହିଳା ଓ ତିନି ଶିଶୁ ନିଖୋଜ ହୋଇଥିଲେ ।
ମଣିପୁର ହିଂସାକୁ ନେଇ ଆଡି ସ୍ୱରାଷ୍ଟ୍ରମନ୍ତ୍ରୀ ବୈଠକ କରିବେ । ସେପଟେ କିହନ୍ତୁ ଏହି ହିଂସାକୁ ନେଇ କଂଗ୍ରେସ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି । ସାହ ମଣିପୁର ମୁଖ୍ୟମନ୍ତ୍ରୀଙ୍କୁ ସୁରକ୍ଷା ଦେଉଥିବା ତଥା ତାଙ୍କ ଦୋଷ ଲୁଚାଉଥିବା ଅଭିଯୋଗ କରିଛି କଂଗ୍ରେସ ।