ସଚିନ କି ରୋହିତ ନୁହଁନ୍ତି, ଏହି ବ୍ୟାଟ୍ସମ୍ୟାନ ମାରିଥିଲେ ଆଇପିଏଲରେ ପ୍ରଥମ ଶତକ, କୋହଲିଙ୍କର ରହିଛି ପୁରୁଣା ରେକର୍ଡ

ଆଇପିଏଲରେ ପ୍ରଥମ ଶତକ କୋହଲିଙ୍କର ଏକ ପୁରୁଣା ସାଙ୍ଗ ମାରିଥିଲେ

ନୂଆଦିଲ୍ଲୀ: ଆଇପିଏଲର ଆରମ୍ଭ ୨୦୦୮ରେ ହୋଇଥିଲା। ଆଇପିଏଲରେ ଖେଳି ଅନେକ ଷ୍ଟାର ପ୍ଲେୟର୍ସ ନିଜ କ୍ୟାରିୟର କରିଛନ୍ତି। ଆଇପିଏଲରେ ଖେଳିବା ପାଇଁ ଖେଳାଳିଙ୍କୁ ଟଙ୍କା ଏବଂ ଅନେକ ସୌକିନ ଜିନିଷ ମିଳିଥାଏ।

ତେବେ ଆଇପିଏଲରେ ଭାରତ ପାଇଁ ପ୍ରଥମ ଶତକ ମନୀଷ ପାଣ୍ଡେ ଲିଗ ଆରମ୍ଭର ଏକ ବର୍ଷ ପରେ ୨୦୦୯ରେ ମାରିଥିଲେ।

ମନୀଷ ପାଣ୍ଡେ ଏବଂ କୋହଲି ପ୍ଲେଇଂ ଇଲେଭେନରେ ସାମିଲ ଥିଲେ: ଆଇପିଏଲ ୨୦୦୯ରେ ମନୀଷ ପାଣ୍ଡେ ଏବଂ ବିରାଟ କୋହଲି ଦୁହେଁ ଆରସିବି ଟିମରେ ଥିଲେ। ସେତେବେଳେ ୨୧ ମେ ୨୦୦୯ରେ ଆରସିବି ର ଟିମ ଡେକ୍କନ ଚାର୍ଜର୍ସ ବିପକ୍ଷରେ ମୁକାବିଲା ଖେଳିଥିଲେ।

ଏଥିରେ ଆରସିବିର ଟିମ ୧୨ ରନରେ ବିଜୟ ହାସଲ କରିଥିଲା। ଏହି ମ୍ୟାଚରେ ମନୀଷ ଏବଂ କୋହଲି ପ୍ଲେଇଂ ଇଲେଭେନରେ ସାମିଲ ଥିଲେ।

ମନୀଷଙ୍କ ଦମଦାର ଶତକ: ଡେକ୍କନ ଚାର୍ଜର୍ସ ବିପକ୍ଷରେ ମନୀଷ ପାଣ୍ଡେ ଦମଦାର ବ୍ୟାଟିଂ ଆରମ୍ଭ କରିଥିଲେ। ସେତେବେଳେ ସେ ମାତ୍ର ୭୩ ବଲରେ ୧୪୪ ରନର ଇନିଂସ ଖେଳିଥିଲେ, ଯେଉଁଥିରେ ସେ ୧୦ ଚୌକା ଏବଂ ଚାରି ଛକା ସାମିଲ ଥିଲା। ବିରାଟ କୋହଲି ୧୯ ରନର ଇନିଂସ ଖେଳିଥିଲେ।

ଏହି ଦୁଇ ଖେଳାଳି ନଟଆଉଟ ହୋଇ ଫେରିଥିଲେ ଏବଂ ଆରସିବି ୨୦ ଓଭର ପରେ ୧୭୦ ରନ କରିଥିଲେ। ଏହିଭଳି ମନୀଷ ଭାରତ ପାଇଁ ଆଇପିଏଲରେ ପ୍ରଥମ ଶତକ କରିଥିବା ବ୍ୟାଟ୍ସମ୍ୟାନ ହୋଇଥିଲେ।