fbpx
BSKY SKY
BSKY SKY

ପଶୁ ଶିକାର କରିବାକୁ ଯାଇଥିଲା.. ମଣିଷ ମାରିଦେଲା : ମଣିଷମରା ଶିକାରୀକୁ ୧୦ବର୍ଷ କାରାଦଣ୍ଡାଦେଶ ନିର୍ଦ୍ଦେଶ

BSKY

ରାୟଗଡ଼ା (ଭାସ୍କର ନ୍ୟୁଜ୍‌) : ପଶୁ ଶିକାର କରିବାକୁ ଯାଇଥିଲା । ହେଲେ ମଣିଷକୁ ମାରିଦେଲା । ଏପରି ଏକ ସମ୍ବେଦନଶୀଳ ମାମଲାରେ ଦୋଷୀ ଶିକାରୀକୁ ୧୦ବର୍ଷର କାରାଦଣ୍ଡାଦେଶ ନିର୍ଦ୍ଦେଶ ଦେଇଛନ୍ତି ଗୁଣୁପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ । ଏଥିସହ ତାଙ୍କୁ ୧୨ହଜାର ଟଙ୍କାର ଜରିମାନା ଦାଖଲ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନାଯୋଗ୍ୟ ଯେ ୨୦୧୬ ନଭେମ୍ବର ୨୭ ତାରିଖରେ ରାୟଗଡ଼ା ଜିଲ୍ଲା ଗୁଣୁପୁର ଥାନା ଫୁଲଫୁଟି ଗାଁର ବିଶ୍ୱନାଥ ପଣ୍ଡୁସାହୁ ନାମକ ଜଣେ ଶିକାରୀ ଦେଶୀ ବନ୍ଧୁକ ନେଇ ପଶୁ ଶିକାର କରିବାକୁ ଯାଇଥିଲେ । ହେଲେ ଜଙ୍ଗଲରେ ଗୁଳି କରିବା ସମୟରେ ତାହା ପଶୁ ଦେହରେ ନ ବାଜି ଜଙ୍ଗଲରେ ଥିବା ନୀଳକଣ୍ଠ ଶବରଙ୍କ ଦେହରେ ବାଜିଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ଗୁଣୁପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ । ଏ ନେଇ ପୋଲିସ ଚାର୍ଜସିଟ ଦାଖଲ କରିଥିଲା ।ପରେ କୋର୍ଟରେ ମାମଲାର ଶୁଣାଣି ହୋଇଥିଲା। ସମସ୍ତ ତଥ୍ୟ ଓ ସାକ୍ଷୀକୁ ଆଧାର କରି ମାନ୍ୟବର କୋର୍ଟ ରାୟ ଶୁଣାଇଥିଲେ। ଦୋଷୀ ଶିକାରୀଙ୍କୁ ୧୦ ବର୍ଷର ସଶ୍ରମ କାରାଦଣ୍ଡାଦେଶ ନିର୍ଦ୍ଦେଶ ଦେଇଛନ୍ତି ମାନ୍ୟବର କୋର୍ଟ।

Get real time updates directly on you device, subscribe now.