fbpx

ଚୀନ ସହ ସୀମା ବିବାଦକୁ ନେଇ ମୁହଁ ଖୋଲିଲେ ରାହୁଲ: ମନମୋହନ ସିଂ ଥିଲେ ଇସ୍ତଫା ଦେଇଥାନ୍ତେ

ନୂଆଦିଲ୍ଳୀ: ଭାରତ-ଚୀନ ସୀମା ବିବାଦକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ ଗାନ୍ଧୀ । ମଙ୍ଗଳବାର ମୋଦୀଙ୍କୁ ନିଶାଣରେ ରଖିବା ସହିତ ମନମୋହନ ସିଂଙ୍କ ତୁଳନା କରିଥିଲେ ରାହୁଲ । ଜୟପୁରରେ କଂଗ୍ରେସ କର୍ମୀଙ୍କୁ ସମ୍ବୋଧିତ କରିବା ଅବସରରେ ରାହୁଲ ଏହି ମନ୍ତବ୍ୟ ରଖିଥିଲେ । ଯଦି ମନମୋହନ ସିଂଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ ଚୀନ ଭାରତୀୟ ସୀମା କବଜା କରିଥାନ୍ତା ତାହେଲେ ସେ ନିଶ୍ଚୟ ଇସ୍ତଫା ପ୍ରଦାନ କରିଥାନ୍ତେ । ତିନି ଦିନିଆ ପ୍ରଶିକ୍ଷଣ ଶିବିର ଶେଷ ହୋଇଥିବା ବେଳେ ରାହୁଲ ଏହି ମନ୍ତବ୍ୟ ଦେଇଥିଲେ ।

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଘୃଣାର ରାଜନୀତି କରୁଛି । ଘୃଣାକୁ ଆମେ ପ୍ରେମରେ ଜିତିବା ଆବଶ୍ୟକ ବୋଲି କହିଛନ୍ତି ରାହୁଲ । ଆରଏସଏସ ଏବଂ ବିଜେପି କର୍ମୀଙ୍କ ମୁକାବିଲା କରିବା ପାଇଁ କର୍ମୀ ମାନଙ୍କୁ ପ୍ରୋତ୍ସାହିତ କରିବାକୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ବିଜେପି ଏବଂ ଆରଏସଏସ ପ୍ରତି ଜିନିଷରେ ଧର୍ମକୁ ନେଇ ରାଜନୀତି କରୁଛନ୍ତି କାରଣ ସେମାନଙ୍କ ନିକଟରେ ଅନ୍ୟ କୌଣସି ପ୍ରସଙ୍ଗ ନାହିଁ ବୋଲି ମତ ଦେଇଥିଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ଏହା ସହିତ ଆଉ ଏକ ୩ ଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ ଯେଉଁଥିରେ ଉଭୟ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ଯୋଗ ଦେବେ ।

Get real time updates directly on you device, subscribe now.