ଯୁବକଙ୍କ ଲାଇଭ୍ ସୁସାଇଡ୍ ଘଟଣା: ପ୍ରେମିକାର ମାନସିକ ଚାପ ଓ ପ୍ରତାରଣା ଯୋଗୁଁ ଆତ୍ମହତ୍ୟା ଅଭିଯୋଗ
କେନ୍ଦୁଝର: ପ୍ରେମରେ ପ୍ରତାରଣା ପାଇ ଲାଇଭ୍ ଭିଡ଼ିଓ କରି ଯୁବକ କଲେ ଆତ୍ମହତ୍ୟା। ୨ ବର୍ଷ ଭିତରେ ୨ଥର ଅତ୍ମହତ୍ଯା କରିବାକୁ ଚେଷ୍ଟା କରିଥିଲେ ଓମପ୍ରସାଦ। ଆତ୍ମହତ୍ଯା ବେଳେ ଥଟା କରୁଥିଲା ପ୍ରେମିକା।
କେନ୍ଦୁଝର: ଭିଡିଓ କଲ କରି ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା ଘଟଣା। ଗାର୍ଲ ଫ୍ରେଣ୍ଡଙ୍କ ମାନସିକ ଚାପ ଓ ପ୍ରତାରଣା ଯୋଗୁଁ ପୁଅ ଆତ୍ମହତ୍ୟା କରିଥିବା ଅଭିଯୋଗ ଆଣିଲେ ମୃତ ଯୁବକଙ୍କ ପରିବାର ଲୋକେ।
ଚଳିତ ମାସ ୫ତାରିଖରେ ଘଷିପୁରା ଥାନା ଶୈଲଙ୍ଗ ଗାଁ ର ଯୁବକ ଓମପ୍ରସାଦ ସା ନିଜ ଗାର୍ଲଫ୍ରେଣ୍ଡଙ୍କୁ ଭିଡିଓ କଲ କରି ଗାଁ ନିକଟ ହୁଡିରେ ଏକ ଗଛରେ ରଶି ଲଗାଇ ଆତ୍ମହତ୍ଯା କରିଥିଲେ।
ଆତ୍ମହତ୍ଯା ପାଇଁ ଝିଅ ଦାୟୀ: ଯାହାର ସ୍କ୍ରିନ୍ ରେକଡ ପରେ ପରିବାର ଲୋକ ପାଇଥିଲେ। କେବଳ ଏତିକି ନୁହଁ ସଂପୃକ୍ତା ଯୁବତୀଙ୍କ ସହ ଅନେକ ଫଟୋ, ଭିଡିଓ ଓ କଲ ରେକଡରେ ହୋଇଥିବା ବାର୍ତ୍ତାଳାପରୁ ଓମପ୍ରସାଦ ଆତ୍ମହତ୍ଯା ପାଇଁ ସେହି ଝିଅ ହିଁ ଦାୟୀ ବୋଲି ପରିବାର ଲୋକେ ଯାଣିବାକୁ ପାଇଥିବା କହିଛନ୍ତି।
ଅନ୍ଯ ପଟେ ସାଙ୍ଗମାନେ ମଧ୍ଯ ସମାନ ଅଭିଯୋଗ ଆଣିଛନ୍ତି। ଓମପ୍ରସାଦ ଙ୍କୁ ନିଜ ସାଙ୍ଗ ମାନଙ୍କ ଠାରୁ ଦୂରେଇ ରଖୁଥିଲେ ଯୁବତୀ ଜଣଙ୍କ। ଏପରିକି ତାଙ୍କ ଠାରୁ ବିଭିନ୍ନ ସମୟରେ ଆନେକ ଥର ଟଙ୍କା ମଧ୍ଯ ନେଇ ଥିବା କହିଛନ୍ତି ସାଙ୍ଗ ମାନେ।
ଆତ୍ମହତ୍ଯା ବେଳେ ଥଟା କରୁଥିଲା ପ୍ରେମିକା: ପ୍ରେମ ସମ୍ପର୍କର ୨ବର୍ଷ ପରେ ଯୁବତୀ ଜଣଙ୍କ ପ୍ରତାରଣା କରିଥିଲେ। ଓମପ୍ରସାଦଙ୍କ ଠାରୁ ଦୂରେଇ ଯିବାକୁ ଏନେକ କଟୁକଥା କହିଥିବା କହିଛନ୍ତି ତାଙ୍କ ପିଲାବେଳର ଘନିଷ୍ଠ ବନ୍ଧୁ।
ସଂପୃକ୍ତ ଝିଅ ପାଇଁ ଓମପ୍ରସାଦ ପୂର୍ବରୁ ୨ଥର ଅତ୍ମହତ୍ଯା କରିବାକୁ ଚେଷ୍ଟା କରିଥିଲେ ମଧ୍ଯ ସେଥିରେ ସଫଳ ହୋଇନଥିଲେ। ହେଲେ ସେହି କଥାକୁ ନେଇ ଏଥର ମଧ୍ଯ ଥଟା କରିଥିଲା ଗାର୍ଲଫ୍ରେଣ୍ଡ।
ହେଲେ ଏଥର ଭିଡିଓ କଲ କରି ଝୁଲିପଡିଥିଲା ସେ। ତେଣୁ ପୋଲିସ୍ କେବଳ ଏକ ଅପମୃତ୍ୟୁ ମାମଲା ରୁଜୁ କରି କାମ ସାରିଦେଲେ ହେବନାହିଁ ବଂର ଏଦିଗରେ ତଦନ୍ତ କରି ପ୍ରକୃତ ସତ୍ଯକୁ ବାହାରକରି ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ପରିବାର ପକ୍ଷରୁ ଦାବି ହୋଇଛି।