fbpx

(Video) ସୁନା ଦର ଟପିଲା ୭୫ ହଜାର: ଗୋଟେ ପରେ ଗୋଟେ ଭାଙ୍ଗି ଚାଲିଛି ଝିଅ ବାହାଘର!

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ସମୟରେ ସୁନା ଦର ସମସ୍ତଙ୍କ ପାଇଁ ଏକ ବଡ଼ ସମସ୍ୟା ହୋଇ ଉଭା ହୋଇଛି । ସୁନା ଦର ବୃଦ୍ଧି କାରଣରୁ ଗତ ଏପ୍ରିଲ ମାସରେ କିଛି ଝିଅ ବାହାଘର ଭାଙ୍ଗିଯାଇଥିବା ନେଇ ମିଡ଼ିଆରେ ଖବର ପ୍ରକାଶ ପାଇଥିଲା । ସେତେବେଳେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୭୨ ହଜାର ଉପରେ ରହିଥିବା ବେଳେ ଏବେ ଉକ୍ତ ଦର ୭୫ ହଜାର ଟପି ଯାଇଛି । ତେଣୁ ଏବେ ପୂର୍ବାପେକ୍ଷା ପରିସ୍ଥିତି ଆହୁରି ଜଟିଳ ହୋଇ ଯାଇଛି ।

ବିବାହ ଋତୁରେ ସୁନାର ଏହି ଦରବୃଦ୍ଧି ଏବେ ବଡ଼ ଝଟକା ଦେଇଛି । ଗୋଟେ ପଟେ ବରପକ୍ଷ ଅଧିକ ସୁନା ପାଇଁ ଦାବି କରୁଥିବା ବେଳେ ଅନ୍ୟପଟେ ଅଧିକ ଦାମରେ ସୁନା ଦେଇ ନପାରିବାରୁ ଅନେକ ବାହାଘର ଭାଙ୍ଗି ଯାଉଥିବା ଖବର ସାମ୍ନାକୁ ଆସୁଛି । ଏଭଳି ସ୍ଥିତିରେ ଜଣେ ଗରିବ ଲୋକ ତାଙ୍କର ଝିଅକୁ କିପରି ବାହାଦେବେ ସେନେଇ ମୁଣ୍ଡରେ ହାତ ଦେଲେଣି । ୨ ଦିନ ତଳେ ସୁନା ଦର ସମସ୍ତଙ୍କୁ ଆଶ୍ୱସ୍ତି ଦେଇଥିବା ବେଳେ ଏବେ ପୁଣି ସମସ୍ତଙ୍କୁ କନ୍ଦାଇଛି । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୭୪ ହଜାର ୬୨୦ ଥିବା ବେଳେ ୨୨ କ୍ୟାରେଟ ସୁନା ଦର ୬୮,୪୦୦ ରହିଛି । ଅନପକ୍ଷରେ ଗତ ଦୁଇ ଦିନ ତଳେ ୨୪ କ୍ୟାରେଟ ସୁନା ଦର ୭୩ ଜହାର ୭୫୦ ରହିଥିବା ବେଳେ ୨୨ କ୍ୟାରେଟ ୬୭, ୬୦୦ ଟଙ୍କା ଥିଲା ।

Get real time updates directly on you device, subscribe now.