fbpx

ମାଓ ଯୋଜନା ପଣ୍ଡ: ବର୍ତ୍ତିଲେ ଯବାନ

ମାଲକାନଗିରି, ୨ା୨ (ଓଡିଶା ଭାସ୍କର): ମାଲକାନଗିରି ଜିଲ୍ଲାର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଏକ ବଡ଼ଧରଣର ମାଓ ଯୋଜନା ପଣ୍ଡ ହୋଇଛି । ଫଳରେ ଯବାନମାନେ ଅଳ୍ପକେ ବର୍ତ୍ତିଯାଇଛନ୍ତି । ପୋଲିସକୁ ଟାର୍ଗେଟ କରି ଛତିଶଗଡ଼ର ସୁକମା ଜିଲ୍ଲା ଅନ୍ତର୍ଗତ ଏକ ଜଙ୍ଗଲରେ ମାଓବାଦୀମାନେ ଲ୍ୟାଣ୍ଡ ମାଇନ ଖଞ୍ଜିଥିବା କୁହାଯାଉଛି ।
ତେବେ ୨୦୬ ବାଟାଲିୟନର ସିଆରପିଏଫ୍ ଯବାନମାନେ ୨ଟି ଲ୍ୟାଣ୍ଡମାଇନକୁ ନିଷ୍କ୍ରିୟ କରିଥିବା ଜଣାପଡ଼ିଛି ।

ତେବେ ମାଓବାଦୀମାନେ ଖଞ୍ଜିଥିବା ଲ୍ୟାଣ୍ଡମାଇନଗୁଡ଼ିକ ବହୁତ ଭୟଙ୍କର ଥିଲା ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ତେବେ ସିଆରପିଏଫ୍ ଯବାନମାନେ ମାଓବାଦୀଙ୍କ ଏହି ବିସ୍ଫୋରଣ ଯୋଜନାକୁ ପଣ୍ଡ କରିବାରେ ସମ୍ପୂର୍ଣ୍ଣ ରୂପେ ସଫଳ ହୋଇଛନ୍ତି । ସୂଚନାଯୋଗ୍ୟ ଯେ, ପୂର୍ବରୁ ଅନେକ ଥର ମାଓବାଦୀମାନେ ପୋଲିସକୁ ଟାର୍ଗେଟ କରି ଲ୍ୟାଣ୍ଡମାଇନ ଦ୍ୱାରା ଗାଡ଼ି ବିସ୍ଫୋରଣ କରିଛନ୍ତି ।

Get real time updates directly on you device, subscribe now.