fbpx

(Video) ଓଲିଉଡ୍ ଷ୍ଟାରଙ୍କୁ ଅପହରଣ ଧମକ ଦେଲେ ମାଓବାଦୀ! ସତର୍କ କଲା ଗୁଇନ୍ଦା ବିଭାଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସିଛି ଏକ ବଡ଼ ଚିନ୍ତାଜନକ ଖବର । ଓଲିଉଡର ଜଣେ ନାୟକଙ୍କ ଜୀବନ ପ୍ରତି ରହିଛି ବିପଦ । ରାଜ୍ୟ ଚଳଚ୍ଚିତ୍ର ଜଗତ ସହ ଜଡ଼ିତ ଜଣେ ହିରୋଙ୍କୁ ଅପହରଣ କରିନେବାକୁ ମାଓବାଦୀମାନେ ଯୋଜନା କରୁଛନ୍ତି । ଏନେଇ ଓଡ଼ିଶା ପୋଲିସର ଗୁଇନ୍ଦା ବିଭାଗ ପକ୍ଷରୁ ଆଶଙ୍କା ବ୍ୟକ୍ତ କରାଯାଇଛି । ଏହି ଚିନ୍ତାଜନକ ଖବର ସାମ୍ନାକୁ ଆସିବା ପରେ ଜିଲ୍ଲା ପୋଲିସକୁ ଗୁଇନ୍ଦା ବିଭାଗ ପକ୍ଷରୁ ସତର୍କ କରାଇ ଦିଆଯାଇଛି । ଏଥିସହିତ ସୁରକ୍ଷା ପ୍ରତି ଦୃଷ୍ଟି ଦେବା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ମଧ୍ୟ ଜିଲ୍ଲା ପୋଲିସକୁ କୁହାଯାଇଛି ।

ଖବର ମୁତାବକ, ଓଡ଼ିଶାର ଜଣେ ସିନେ ଷ୍ଟାର ଏବେ ମାଓବାଦୀଙ୍କ ଟାର୍ଗେଟରେ ରହିଛନ୍ତି । ଓଡ଼ିଶା ପୋଲିସର ଗୁଇନ୍ଦା ବିଭାଗ ପକ୍ଷରୁ ଏନେଇ ଆଲର୍ଟ ଜାରି କରାଯିବା ପରେ ସମସ୍ତଙ୍କ ପାଇଁ ଚିନ୍ତା ବଢ଼ି ଯାଇଛି । ତେଣୁ ସୁରକ୍ଷା ପ୍ରତି ଦୃଷ୍ଟି ଦେବାକୁ ଜିଲ୍ଲା ପୋଲିସକୁ କୁହାଯାଇଛି । ଓଲିଉଡର ଜଣେ ଷ୍ଟାରଙ୍କୁ ମାଓବାଦୀମାନେ ଅପହରଣ କରିପାରନ୍ତି ବୋଲି ଆଶଙ୍କା ପ୍ରକାଶ କରିଛି ଗୁଇନ୍ଦା ବିଭାଗ । ଫିଲ୍ମ ଶୁଟ୍ କଲେ ଉଡ଼ାଇ ଦେବାକୁ ଧମକ ଦିଆଯାଇଛି । ଏହି ଖବର ଜଣାପଡ଼ିବା ପରେ ଫିଲ୍ମ ଶୁଟିଂ ଟିମଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।

ତେବେ ଗୁଇନ୍ଦା ତଥ୍ୟ ଅନୁଯାୟୀ, ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ହରିଶଙ୍କର ଅଞ୍ଚଳରେ ଏକ ଓଡ଼ିଆ ଫିଲ୍ମର ଶୁଟିଂ ଚାଲିଛି । ଦୁର୍ଗମ ଅଞ୍ଚଳରେ ରହିଥିବା ଗାଁମାନଙ୍କରେ ଏହି ଓଡ଼ିଆ ଫିଲ୍ମ ଶୁଟ ହେଉଥିଲା । ଏହି ଅବସରରେ ସେଠାରେ କିଛି କଳାକାର, ନାମିଦାମୀ ପ୍ରଯୋଜକ ଓ ଜଣାଶୁଣା ଓଡ଼ିଉଡ୍ ଷ୍ଟାର ରହୁଛନ୍ତି । ତେବେ ନକ୍ସଲମାନେ ଏହି ଫିଲ୍ମର ନାୟକଙ୍କୁ କିଡନାପ କରିବାକୁ ଯୋଜନା କରୁଥିବା ଆଶଙ୍କା କରିଛି ଗୁଇନ୍ଦା ବିଭାଗ । ତେବେ ଏନେଇ ପୋଲିସ କିମ୍ବା ସମ୍ପୃକ୍ତ ଓଡ଼ିଆ ଫିଲ୍ମ ଟିମ୍ ପକ୍ଷରୁ କୌଣସି ପ୍ରତିକ୍ରିୟା ସାମ୍ନାକୁ ଆସିନାହିଁ ।

Get real time updates directly on you device, subscribe now.