fbpx

ପୁଣି ଯବାନ-ମାଓବାଦୀ ମୁହାଁମୁହିଁ: ଗୁଳି ବିନିମୟରେ ମାଓବାଦୀ ଆହତ

ନୂଆଦିଲ୍ଲୀ: ଛତିଶଗଡ ବିଜାପୁରରେ ମୁହାଁମୁହିଁ ହୋଇଛନ୍ତି ଭାରତୀୟ ଯବାନ ଏବଂ ମାଓବାଦୀ ଗୋଷ୍ଠୀ । ବାସାଗୁଡା ଜଙ୍ଗଲ ଭିତରେ ଉଭୟଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଭାରତୀୟ ସେନାର କୋବ୍ରା କମାଣ୍ଡୋ ଏବଂ ଏସଟିଏଫର ମିଳିତ ଅପରେସନ ସମୟରେ ମାଓବାଦୀଙ୍କ ସହ ମୁହାଁମୁହିଁ ହୋଇଛନ୍ତି ଯବାନ । ତେବେ ଏହି ଗୁଳିବିନିମୟରେ ଯବାନଙ୍କ ଗୁଳିରେ କିଛି ମାଓବାଦୀ ଆହତ ହୋଇଥିବା ସୂଚନା ମିଳିଛି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ମୃତ୍ୟୁ ଘଟଣା ସାମନାକୁ ଆସିନାହିଁ । ଏହାପରେ ଯବାନଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି କରଯାଇଛି । ଏ ନେଇ ବସ୍ତର ଆଇଜି ପି ସୁନ୍ଦରରାଜ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.