fbpx

କେବଳ ପୁରୁଷଙ୍କୁ ନ୍ୟାୟ ଦେବାକୁ ନିର୍ବାଚନକୁ ଓହ୍ଲାଇଛି MARD ପାର୍ଟି, ଏପରି ମଜାଦାର ରହିଛି ନିର୍ବାଚନୀ ସ୍ଲୋଗାନ

ଲକ୍ଷ୍ନୌ: ଲକ୍ଷ୍ନୌ ଲୋକସଭା ସିଟ୍ରୁ ଗୋଟିଏ ପଟେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ସମାଜବାଦୀ ପାର୍ଟିରୁ ରବିଦାସ ମେହରୋତ୍ରା ମଇଦାନରେ ଥିବା ବେଳେ ଅନ୍ୟପଟେ ଏହି ଆସନରୁ ଅନ୍ୟ ଏକ ପାର୍ଟି ନିଜର ବିଚିତ୍ର ନାମ ଓ ଘୋଷଣା ସହ ନିର୍ବାଚନ ଲଢୁଛନ୍ତି । ଏହି ପାର୍ଟିର ନାମ ମର୍ଦ (MARD )ପାର୍ଟି ଅର୍ଥାତ୍ ମେରା ଅଧିକାର ରାଷ୍ଟ୍ରୀୟ ଦଳ । ଏହି ପାର୍ଟିର ସ୍ଲୋଗାନ ରହିଛି ‘ପୁରୁଷ ପରିବାର କେ ସମ୍ମାନ ମେ, ଉତ୍ରେ ହେଁ ମର୍ଦ ମୈଦାନ ମେ’ । ଏହି ଦଳ ପକ୍ଷରୁ ନିର୍ବାଚନ ଲଢୁଛନ୍ତି ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ କପିଲ ମୋହନ ।

ଲୋକସଭା ନିର୍ବାଚନ ମଝିରେ ଏବେ ଏହି ପାର୍ଟି ଓ ଏହାର ସ୍ଲୋଗାନ ବିଷୟରେ ବେଶ୍ ଚର୍ଚ୍ଚା ହେଉଛି । ଏହି ପାର୍ଟିର ମୁଖ୍ୟ ଏକ ଘୋଷଣାପତ୍ର ଜାରି କରିଛନ୍ତି । ଏହି ଘୋଷଣାପତ୍ର ଅନୁସାରେ ଦଳ ଚାହୁଁଛି କି ମହିଳାଙ୍କ ପରି ପୁରୁଷଙ୍କ ପାଇଁ ମେନ୍ ହେଲ୍ପଲାଇନ୍ ତିଆରି ହେଉ । ଯୌତୁକ, ଦୁଷ୍କର୍ମ, ଯୌନ ନିର‌୍ୟ୍ୟାତନା ମାମଲାରେ ପୁରୁଷଙ୍କ ଶୋଷଣ ହେଉଛି ଯେଉଁଥିରେ ପରିବର୍ତ୍ତନ କରାଯାଉ ।

କପିଲ ମୋହନ ଏକ ସାକ୍ଷାତକାରରେ କହିଛନ୍ତି ନିର୍ବାଚନ ଜିତିବା ତାଙ୍କ ଲକ୍ଷ୍ୟ ନୁହେଁ । ତାଙ୍କ ଉଦ୍ଦେଶ୍ୟ ସମାଜରେ ମହିଳା ସଶକ୍ତିକରଣ ନାମରେ ପୁରୁଷଙ୍କ ସହ ହେଉଥିବା ଅତ୍ୟାଚାର ଓ ପୋଲିସ ଥାନା କୋର୍ଟକୁ ଦୌଡି ଦୌଡି ସମୟ କଟୁଥିବା ପରିବାର ଲାଗି ସ୍ୱର ଉଠାଇବା । ନିର୍ବାଚନରେ ତାଙ୍କ ସ୍ଲୋଗାନ ରହିଛି , ‘ବେଟୋ କେ ସମ୍ମାନ ମେ, ଉତରେ ହେଁ ମଇଦାନ ମେ’ ।

Get real time updates directly on you device, subscribe now.