fbpx

ଅସ୍ତିତ୍ୱ ହରାଉଛନ୍ତି ବିରୋଧୀ:ଏଭଳି କହି କାହାକୁ ଟାର୍ଗେଟ କରିଲେ ଆଲଭା,ଜାଣନ୍ତୁ……….

ନୂଆଦିଲ୍ଲୀ: ଗତକାଲି ଉପରାଷ୍ଟ୍ରପତି ନିର୍ବାଚନ ସମାପ୍ତି ହୋଇଛି । ଏହା ପରେ ଦେଶକୁ ମିଳିଛି ତାର ନୂଆ ଉପରାଷ୍ଟ୍ରପତି । ଏନଡିଏ ପ୍ରାର୍ଥୀ ଜଗଦୀପ ଧନଖଡ ଆମର ଆଗାମୀ ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ଆଗାମୀ ୧୦ ତାରିଖରେ ଉପରାଷ୍ଟ୍ରପତିଙ୍କର କାର୍ଯ୍ୟକାଳ ୧୦ ତାରିଖରେ ସମାପ୍ତି ହେବାକୁ ଥିବା ବେଳେ ନୂତନ ଉପରାଷ୍ଟ୍ରପତି ଦାଇତ୍ୱ ଗ୍ରହଣ କରିବେ । ବିରୋଧୀ ଦଳର ପ୍ରାର୍ଥୀ ମାର୍ଗାରେଟ ଆଲଭାଙ୍କୁ ହରାଇ ଧନଖଡ ଏହି ବିଜୟ ହାସଲ କରିଛନ୍ତି । ତେବେ ନିର୍ବାଚନ ହାରିବା ପରେ ଆଲଭା ଧନଖଡଙ୍କୁ ଶୁଭେଚ୍ଚା ଜଣାଇବା ସହିତ ସମସ୍ତ ବିରୋଧୀ ଦଳର ନେତା ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

ଏହାପରେ ଆଲଭା ତାଙ୍କର ପ୍ରତିକ୍ରିୟା ପ୍ରକାଶ କରିଥିଲେ । ନିଜ ସୋସିଆଲ ମିଡିଆରେ ସେ ଏକ ଟ୍ୱିଟ କରିଥିଲେ । ଆଲଭା ଏଥିରେ କହିଥିଲେ ଯେ ଅଣ ବିଜେପି ଦଳ ମାନଙ୍କ ମଧ୍ୟରେ କୌଣସି ସହମତି ନାହିଁ । ସେମାନେ ବିରୋଧୀ ହୋଇକି ମଧ୍ୟ ଏନଡିଏକୁ ସମର୍ଥନ କରୁଛନ୍ତି । ସେମାନେ ପରିବର୍ତ୍ତନ ଚାହୁଁ ନାହାନ୍ତି । ସେମାନେ କେନ୍ଦ୍ରର ବିରୋଧରେ ଗର୍ଜ୍ଜିବେ ଆଉ ଭୋଟ ଦେବା ସମୟରେ ସେମାନଙ୍କୁ ହିଁ ଭୋଟ ଦେବେ । ନିର୍ବାଚନ ହେଉଛି ଏକ ଏଭଳି ସମୟ ଯେଉଁ ସମୟରେ ବିରୋଧୀ ମାନେ ଏକଜୁଟ ହୋଇ ଲଢ଼ିବା କଥା ,ପୂର୍ବ କଥାକୁ ପଛରେ ପକାଇ ବିଶ୍ୱାସ ଏବଂ ଭରସା ଜିତିବା କଥା ।

ଏହାସହିତ ଆଲଭା ବିରୋଧୀଦଳ ମାନଙ୍କୁ ଏଥିରେ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ବିରୋଧୀ ହୋଇ ମଧ୍ୟ ସେମାନେ ବିଜେପିକୁ ସମର୍ଥନ କରିଲେ । ଆଉ ଏଭଳି କରି ସେମାନେ ନିଜର ଅସ୍ତିତ୍ୱ ହରାଉଛନ୍ତି ବୋଲି ଆଲଭା ପ୍ରକାଶ କରିଛନ୍ତି । ଯଦି ଦେଖାଯାଏ ଆଲଭା ପରୋକ୍ଷ ଭାବରେ ବିଜେଡିକୁ ମଧ୍ୟ ଟାର୍ଗେଟ କରିଛନ୍ତି । ଆଲଭା ଯେଉଁ କଟାକ୍ଷ କରିଛନ୍ତି ସେଇଟା ବିଜେଡି ପାଇଁ ମଧ୍ୟ କାର୍ଯ୍ୟକାରୀ ହେଉଛି । ରାଜ୍ୟ ସରକାର ପ୍ରତିଟି କଥାରେ କେନ୍ଦ୍ର ସରକାରଙ୍କ ଉପରେ ଦୋଷ ଲଦୁଥିବାର ଆମେ ପୂର୍ବରୁ ଦେଖି ଆସିଛ କିନ୍ତୁ ଯେତେବେଳେ କଥା ନିର୍ବାଚନର ଉଠିଲା ସେତେବେଳେ ସର୍ବ ପ୍ରଥମେ ବିଜେଡି ବିଜେପିକୁ ସମର୍ଥନ ଜଣାଇଲା । ଏହାର ଉଦାହରଣ ଉଭୟ ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତି ନିର୍ବାଚନରେ ଆମେ ଦେଖି ସାରିଛେ । ଏନଡିଏ ତାର ପ୍ରାର୍ଥୀ ଘୋଷଣା କରିବା ମାତ୍ରାକେ ବିଜେଡି ତାର ସମର୍ଥନ ଜଣାଇଥିଲା ।
ତେଣୁ ଦେଖିବାକୁ ଗଲେ ବିଜେଡି ଏଥିରେ ବିଜେପିକୁ ସମର୍ଥନ କରୁଛି । ରାଷ୍ଟ୍ରପତି ନିର୍ବାଚନରେ ବିଜେଡି ମାଟିର ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିଥିଲା,ଯାହାକି ବାସ୍ତବରେ ଉଚିତ ପଦକ୍ଷପ ଥିଲା କିନ୍ତୁ ଉପ ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀ ଭାବରେ ବିଜେଡି ତାର ସମର୍ଥନ ଆଲଭାଙ୍କୁ ଦେଇ ପାରିଥାଆନ୍ତା । କିନ୍ତୁ ବିଜେଡି ଏପରି କରିଲା ନାହିଁ । ଏନଡିଏ ତାର ଉପରାଷ୍ଟ୍ରପତି ପାଇଁ ପ୍ରାର୍ଥୀ ଘୋଷଣା କରିବା ମାତ୍ରେ ବିଜେଡି ତାର ସମର୍ଥନ ଜଣାଇଥିଲା । ତେଣୁ ଏଥିରୁ ସ୍ପଷ୍ଟ ହେଉଛି ବିରୋଧୀ ହୋଇ ମଧ୍ୟ ବିରୋଧୀ ଦଳ ମାନଙ୍କ ମଧ୍ୟରେ କୌଣସି ସହମତି କିମ୍ବା ଦଳ ଭିତରେ କାହାରି ମଦଭେଦ ମେଳ ଖାଉନାହିଁ । ଯାହାର ଫଳ ସ୍ୱରୁପ ବିରୋଧୀ ତାର ଶକ୍ତି ଏବଂ ସ୍ୱର ଉଠାଇବାରେ ସମର୍ଥନ ହୋଇପାରୁ ନାହାନ୍ତି ।

Get real time updates directly on you device, subscribe now.