fbpx

ବିବାହ ଭୋଜିରେ ଗଡିଲା ମୁଣ୍ଡ, ମାଂସ ଖାଇବାକୁ ନେଇ ବ୍ୟକ୍ତିଙ୍କୁ ଭୁଜାଲି ଚୋଟ ପକାଇଲେ ନାବାଳକ

ବୁର୍ଲା (ଭାସ୍କର ନ୍ୟୁଜ୍‌) : ବୁର୍ଲାସ୍ଥିତ ବିଜୁ କଲ୍ୟାଣ ମଣ୍ଡପରେ ଏକ ବିବାହ ଭୋଜି ଚାଲିଥିବାବେଳେ ସେଠାରେ ମାଂସ ଖାଇବାକୁ କେନ୍ଦ୍ର କରି ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ବ୍ୟକ୍ତି ଓ ନାବାଳକ ମଧ୍ୟରେ ଏ ନେଇ କଥା କଟାକଟି ହେବା ପରେ ନାବାଳକ ଜଣକ ଉତ୍‌କ୍ଷିପ୍ତ ହୋଇ ଏକ ଭୁଜାଲିରେ ଆକ୍ରମଣ କରିବାରକୁ ସୁମିତ୍‌ ଷଣ୍ଢ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଖବରପାଇବା ପରେ ବୁର୍ଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ନାବାଳକକୁ ଅଟକ ରଖି ପଚରାଉଚରା ଚଳାଇଛି । କଲ୍ୟାଣମଣ୍ଡପକୁ ସିଲ୍‌ କରି ଦିଆଯାଇଛି । ସୁମିତଙ୍କୁ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ବୁର୍ଲା ପଠାଯାଇଛି। ଏଭଳି ଘଟଣା ଘଟିବା ପରେ ଅଞ୍ଚଳରେ ଭୟର ବାତବରଣ ସୃଷ୍ଟି।

Get real time updates directly on you device, subscribe now.