fbpx

11kv ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଳିଗଲା ବରଯାତ୍ରୀ ଗାଡ଼ି: ୬ ଯାତ୍ରୀ ଜୀବନ୍ତ ଦଗ୍ଧ, ବଢିପାରେ ମୃତ୍ୟୁସଂଖ୍ୟା

ନୂଆଦିଲ୍ଲୀ: ମରଦହ ଅଞ୍ଚଳର ମହାହରଦାମ ନିକଟରେ ଏକ ବଡ଼ ଦୁର୍ଘଟଣା ଘଟିଯାଇଛି । ବରଯାତ୍ରୀ ଯିବା ସମୟରେ ଏକ ମିନି ବସ୍ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ସମ୍ପୂର୍ଣ୍ଣ ଜଳି ଯାଇଛି । ୧୧ ହଜାର ଲାଇନ୍ ତାର ସହ ସଂସ୍ପର୍ଶରେ ଆସିବାରୁ ବରଯାତ୍ରୀ ଯାଉଥିବା ଏହି ବସରେ ଅଗ୍ନିକାଣ୍ଡ ହୋଇଥିବା ଜଣାଯାଇଛି । ତେବେ ଏହି ଅଘଟଣରେ ୬ ଜଣ ଯାତ୍ରୀ ଜିବନ୍ତ ଦଗ୍ଧ ହୋଇଥିବା ବେଳେ ଏହି ମୃତ୍ୟୁସଂଖ୍ୟା ଆଗକୁ ଆହୁରି ବୃଦ୍ଧି ହୋଇପାରେ ବୋଲି ଆଶଙ୍କା କରାଯାଉଛି ।

ସୂଚନା ଅନୁସାରେ, ବରଯାତ୍ରୀରେ ଯାଉଥିବା ସମୟରେ ଏକ ମିନି ବସ୍ ବିଦ୍ୟୁତ ତାର ସଂର୍ସ୍ପାରେ ଆସି ହଠାତ୍ ଜଳି ଉଠିଛି । ଆଖି ପିଛୁଳାକେ ଏହି ସିଏନଜି ଗାଡ଼ିରେ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଥିଲା । ତେବେ ଅଗ୍ନିକାଣ୍ଡର ଭୟାବହତାକୁ ଦେଖି ଏହାକୁ ଲିଭାଇବା ପାଇଁ କେହି ସାହସ ମଧ୍ୟ କରି ପାରିନଥିଲେ । ତେବେ ବର୍ତ୍ତମାନର ରିପୋର୍ଟ ଅନୁସାରେ, ପ୍ରାୟ ୬ ଜଣ ଲୋକ ଏହି ଅଗ୍ନିକାଣ୍ଡର ଶିକାର ହୋଇଛନ୍ତି । ସେପଟେ ପୋଲିସ ଏବଂ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ତେବେ ଗାଡ଼ିରେ ୨୦ ଜଣ ଯାତ୍ରୀ ଥିବା ଜାଣିବାକୁ ମିଳିଛି । ଏଥିମଧ୍ୟରୁ ମୃତ୍ୟୁସଂଖ୍ୟା ବର୍ତ୍ତମାନ ୬ ରହିଥିବା ବେଳେ ଆଗକୁ ଏହି ସଂଖ୍ୟାରେ ବୃଦ୍ଧି ଘଟିପାରେ ବୋଲି ଆଶଙ୍କା କରାଯାଉଛି । ମଉ ଅଞ୍ଚଳରୁ ବରଯାତ୍ରୀଙ୍କୁ ନେଇ ମରଦହର ମହାହର ଧାମକୁ ଯାଉଥିବା ସମୟରେ ଏଭଳି ଏଗ ଅଘଟଣ ଘଟିଯାଇଛି ।

Get real time updates directly on you device, subscribe now.