ଦେଢ଼ଶୁରକୁ ବାଇଆ କଲା ଭାଇବୋହୂ, ଛୁରୀ ଦେଖାଇ ନେଲା ଟେକି… ‘ମୋ ସ୍ତ୍ରୀକୁ ଫେରାଇ ଆଣ’, ଥାନାରେ କହିଲା ସ୍ୱାମୀ

ଅପହରଣ ହୋଇଥିବା ମହିଳାଙ୍କ ସ୍ୱାମୀ ଦିୱାନ ଲାଲ କେୱଟ ଓରଫ କଲ୍ଲା ଏକ ପେଟ୍ରୋଲ ପମ୍ପରେ ଚୌକିଦାର ଭାବରେ କାର୍ଯ୍ୟ କରନ୍ତି।

ମଧ୍ୟପ୍ରଦେଶ: ମୋର ୩ଟା ଛୁଆ, ସେମାନେ ତାଙ୍କ ମା’କୁ ଖୋଜୁଛନ୍ତି। ଆପଣଙ୍କ ଗୋଡ଼ ହାତ ଧରୁଛି ମୋ ସ୍ତ୍ରୀକୁ ଫେରାଇ ଆଣ। ସେ ଯେଉଁଠି ଥାଉ ତାକୁ ଫେରାଇ ଆଣ। ଥାନାରେ ସ୍ୱାମୀ ପୋଲିସ ଆଗରେ ଏଭଳି ନେହୁରା ହୋଇଛନ୍ତି।

ମଧ୍ୟପ୍ରଦେଶ ଶିବପୁରରେ ଏଭଳି ଘଟଣା ସାମ୍ନାକୁ ଆସିଛି। ୩ଜଣ ପିଲା ଥିବା ମା’କୁ ଛୁରୀ ଦେଖାଇ ଦେଢ଼ଶୂର ଅପହରଣ କରି ଫେରାର ହୋଇଯାଇଛି। ଥାନାରେ ଏନେଇ ଅଭିଯୋଗ କରିଛନ୍ତି ଅପହରଣ ହୋଇଥିବା ମହିଳାଙ୍କ ସ୍ୱାମୀ।

ସବୁଠାରୁ ବଡ଼ କଥା ହେଉଛି ଅପହରଣ କରିଥିବା ଦେଢ଼ଶୁର ହେଉଛନ୍ତି ତାଙ୍କ ମାମୁଁଙ୍କ ପୁଅ। ଦେଢ଼ଶୁର ମଧ୍ୟ ବିବାହିତ, ତାଙ୍କର ଦୁଇ ଛୁଆ ଅଛନ୍ତି। ସେମାନଙ୍କ ମାରପିଟ୍ କରି ଶଶୁର ଘର ଛାଡ଼ି ଦେଇଛି ମହିଳାଙ୍କ ଦେଢ଼ଶୁର।

ଅନେକ ଦିନରୁ ଦେଢ଼ଶୁର ସାନ ଭାଇର ପତ୍ନୀ ଉପରେ ନଜର ପକାଇଥିଲେ। ଏପରିକି ଦିନେ ସାନ ଭାଇକୁ ଆଜି କହିଥିଲେ କି ମୁଁ ତୋ ସ୍ତ୍ରୀ ସହିତ ରହିବି ତୁ ତାକୁ ଛାଡ଼ି ଦେ। ଯେଉଁ କଥାକୁ ନେଇ ଉଭୟଙ୍କ ଭିତରେ ଜୋରସୋରରେ ଝଗଡ଼ା ହୋଇଥିଲା।

ଅପହରଣ ହୋଇଥିବା ମହିଳାଙ୍କ ସ୍ୱାମୀ ଦିୱାନ ଲାଲ କେୱଟ ଓରଫ କଲ୍ଲା ଏକ ପେଟ୍ରୋଲ ପମ୍ପରେ ଚୌକିଦାର ଭାବରେ କାର୍ଯ୍ୟ କରନ୍ତି। ସେ ପୋଲିସକୁ କହିଛନ୍ତି ଯେ ୧୪ ଜୁଲାଇରେ, ଯେତେବେଳେ ସେ ରାତି ୯ଟାରେ ଚୌକିଦାର ଭାବରେ କାମ କରିବାକୁ ଯାଇଥିଲେ, ସେତେବେଳେ ତାଙ୍କ ସମ୍ପର୍କୀୟ ଭାଇ ଆଇନୱାରାର ବାସିନ୍ଦା ମନୋଜ କେୱଟ ତାଙ୍କ ଘରକୁ ଆସିଥିଲେ। ସେ ତାଙ୍କ ୩୫ ବର୍ଷ ବୟସ୍କା ପତ୍ନୀ ଅନିତା କେୱଟଙ୍କୁ ଛୁରୀ ଦେଖାଇ ଅପହରଣ କରିଥିଲେ।

ଦିୱାନ ଲାଲ କେୱଟଙ୍କ କହିବା ଅନୁସାରେ ତାଙ୍କ ସ୍ତ୍ରୀଙ୍କ ସହିତ ତାଙ୍କ ଘରୁ ଏକ ରୂପା ଅଣ୍ଟା ବିଛା, ପାଉଞ୍ଜି, ଚେନ୍ ସହ ୩୦ ହଜାର ଟଙ୍କା ମଧ୍ୟ ମନୋଜ ନେଇ ଯାଇଛି।
୧୪ ତାରିଖରେ ଏହି ଘଟଣା ଘଟିଥିବା ବେଳେ ସପ୍ତାହେ ବିତି ଗଲାଣି ପୋଲିସ ଦୁହିଁଙ୍କ କୌଣସି ସନ୍ଧାନ ପାଇନି। ସ୍ୱାମୀଙ୍କ କହିବା ଅନୁସାରେ ମନୋଜ ତାଙ୍କ ପତ୍ନୀଙ୍କୁ ହତ୍ୟା ମଧ୍ୟ କରିପାରେ। ପତ୍ନୀଙ୍କୁ ସୁରକ୍ଷିତ ଫେରାଇ ଆଣିବାକୁ ଗୁହାରି କରିଛନ୍ତି ଦିୱାନ ଲାଲ କେୱଟ।