fbpx

ସ୍ତ୍ରୀର ଆଧାର କାର୍ଡରେ ଗର୍ଲଫ୍ରେଣ୍ଡ୍ ସହ ହୋଟେଲରେ ଚେକ୍ ଇନ୍ କରି ଫସିଲେ ସ୍ୱାମୀ, ମାମଲା ରୁଜୁ

ପୁନେ: ବିବାହିତା ମହିଳା କିମ୍ବା ପୁରୁଷଙ୍କର ଅନ୍ୟତ୍ର ସମ୍ବନ୍ଧ ଥିବା ଖବର ନୂଆ ନୁହେଁ । ଏହିପରି ଅନେକ ଘଟଣା ସାମନାକୁ ଆସୁଛି । ସେହିଭଳି ଏକ ମାମଲା ସାମନାକୁ ଆସିଥିବା ବେଳେ ଏଥିରେ ଅଜବ ତରିକାରେ ଫସିଛନ୍ତି ସ୍ୱାମୀ । ଜଣେ ବିବାହିତ ବ୍ୟକ୍ତି ନିଜ ଗର୍ଲଫ୍ରେଣ୍ଡ୍ ସହିତ ହୋଟେଲରେ ରହିବା ତାଙ୍କୁ ମହଙ୍ଗା ପଡ଼ିଛି । ଏହି ବ୍ୟକ୍ତି ଜଣକ ଚାଲାକି ଦେଖାଇ ସ୍ତ୍ରୀର ଆଧାର କାର୍ଡ ଜରିଆରେ ହୋଟେଳରେ ଚେକ୍ ଇନ୍ କରିବାକୁ ଯାଇଥିଲେ । ହେଲେ ଏବେ ଫସିଯାଇଛନ୍ତି । ଏହିଭଳି ଏକ ଘଟଣା ମହାରାଷ୍ଟ୍ରର ପୁନେ ଠାରେ ଦେଖିବାକୁ ମିଳିଛି । ଚାଲାକି ଧରାପଡ଼ିବା ପରେ ସ୍ତ୍ରୀ ନିଜ ସ୍ୱାମୀ ଓ ଗର୍ଲଫ୍ରେଣ୍ଡ୍ ବିରୋଧରେ ଏଫଆଇଆର୍ ଦେଇଛନ୍ତି ।

ପୁନେର ହିଞ୍ଜେୱାଡି ଅଞ୍ଚଳରେ ଥିବା ପୋଲିସ୍ ଷ୍ଟେସନରେ ଅଭିଯୁକ୍ତ ସ୍ୱାମୀ ଓ ତାଙ୍କ ଗର୍ଲଫ୍ରେଣ୍ଡ ବିରୋଧରେ ମଙ୍ଗଳବାର ଦିନ ମାମଲା ରୁଜୁ ହୋଇଛି । ପୋଲିସ୍ କହିଛି ଯେ, ଅଭିଯୁକ୍ତ ଜଣକ ଗୁଜରାଟର ଜଣେ ବ୍ୟବସାୟୀ ହୋଇଥିବା ବେଳେ ତାଙ୍କ ପତ୍ନୀ ଏକ କମ୍ପାନୀର ଡାଇରେକ୍ଟର୍ । ସୂଚନା ଯେ, ପତ୍ନୀ ନିଜ ସ୍ୱାମୀଙ୍କ ଏସୟୁଭିରେ ଜିପିଏସ୍ ଫିଟ୍ କରିଦେଇଥିଲେ । ଏହି ଜରିଆରେ ସେ ଜାଣିବାକୁ ପାଇଥିଲେ ଯେ, ସ୍ୱାମୀ ତାଙ୍କୁ ଧୋକା ଦେଉଛନ୍ତି । ଗତ ବର୍ଷ ନଭେମ୍ବର ମାସରେ ତାଙ୍କ ସ୍ୱାମୀ କହିଥିଲେ ଯେ, ବ୍ୟବସାୟ କାମରେ ବେଙ୍ଗାଲୁରୁରେ ଅଛନ୍ତି । ଏହାପରେ ଯେତେବେଳେ ପତ୍ନୀ ଜିପିଏସ୍ ଚେକ୍ କରିଥିଲେ ସେତେବେଳେ ଜଣାପଡ଼ିଥିଲା ଯେ, ତାଙ୍କ ଏସୟୁଭି ପୁନେରେ ହିଁ ଅଛି ।

ଏହାପରେ ପୂରା ଘଟଣା ସାମନାକୁ ଆସିଥିଲା । ମହିଳା ଜରକ ଉକ୍ତ ହୋଟେଲର ସିସିଟିଭି ଯାଞ୍ଚ ପାଇଁ ମଗାଇଥିଲେ ଓ ପଚରାଉଚରା କରିଥିଲେ । ହୋଟେଳର ଷ୍ଟାଫ୍ କହିଥିଲେ ଯେ, ବ୍ୟକ୍ତି ଜଣକ ନିଜ ପତ୍ନୀଙ୍କ ସହିତ ଆସିଥିଲେ । କିନ୍ତୁ ଯାଞ୍ଚ ରୁ ଅଭିଯୁକ୍ତର ପତ୍ନୀ ଜାଣିବାକୁ ପାଇଥିଲେ ଯେ, ତାଙ୍କ ଆଧାର କାର୍ଡକୁ ବ୍ୟବହାର କରି ସ୍ୱାମୀ ଅନ୍ୟଜଣେ ମହିଳାଙ୍କ ସହିତ ହୋଟେଲରେ ଚେକ୍ ଇନ୍ କରିଥିଲେ ।

Get real time updates directly on you device, subscribe now.