ବଜାରକୁ ଆସିଲା ମାରୁତି ସୁଜୁକିର ଧାଁସୁ ଗାଡ଼ି, ମିଳିଛି ୫ ଷ୍ଟାର ରେଟିଂ, ରହିଛି ଆଡଭାନ୍ସ ଡିଜିଟାଲ୍ ଫିଚର୍ସ
ମାରୁତି ସୁଜୁକି ଭିକ୍ଟୋରିସ୍ ରେ କ’ଣ ରହିବ ଫିଚର୍ସ
ନୂଆଦିଲ୍ଲୀ: ବଜାରକୁ ଆସିଲା ମାରୁତି ସୁଜୁକି ନୂଆ ମଡେଲ କାର ଲଞ୍ଚ କରିଛି।ଯାହା ସୁରକ୍ଷା ଦୃଷ୍ଟିରୁ ମସ୍ତ। ଏବଂ ପାଇଛି ୫ ଷ୍ଟାର ରେଟିଂ। ବଡ଼ ଏବଂ ଭଲ ଗାଡ଼ିକୁ ଦେବ ଟକ୍କର।
ଦେଶର ବଡ଼ କାର କମ୍ପାନୀ ମାରୁତି ସୁଜୁକି ଆଜି ଏହାର ନୂଆ ମଡେଲ କାର ଲଞ୍ଚ କରିଛି। SUV ସେଗମେଣ୍ଟ କାର ଭିକ୍ଟୋରିସ୍ ଲଞ୍ଚ କରିଛି। ମାରୁତି ସୁଜୁକିର ଏହି ନୂଆଁ କାରରେ ଲାଟେଷ୍ଟ ଫିଚର୍ସ ରହିଛି।
ସୁରକ୍ଷା ଦୃଷ୍ଟିରୁ ମଧ୍ୟ ମାରୁତି ସୁଜୁକି ଭିକ୍ଟୋରିସ୍ ଏକଦମ୍ ମସ୍ତ, ଏହାକୁ ୫ ଷ୍ଟାର ରେଟିଂ ମିଳିଛି। ମାରୁତି ସୁଜୁକି ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ଏବଂ ସିଇଓ ହିସାଶି ଟାକେଉଚି କହିଛନ୍ତି ଯେ ଏହି କାରଟି ଭାରତ NCAP ରୁ ୫ ଷ୍ଟାର ସୁରକ୍ଷା ରେଟିଂ ପାଇଛି।
ମାରୁତି ସୁଜୁକିର ଏହି ନୂତନ କାର ହୁଣ୍ଡାଇ କ୍ରେଟା, ଟାଟା ନେକ୍ସନ, କିଆ ସେଲଟୋସ୍, ଭୋକ୍ସୱାଗନ୍ ଟାଇଗୁନ୍ ଏବଂ ସ୍କୋଡା କୁଶକା ଭଳି କାର ସହିତ ପ୍ରତିଯୋଗିତା କରିବ।
ମାରୁତି ସୁଜୁକି ଭିକ୍ଟୋରିସ୍ ରେ କ’ଣ ରହିବ ଫିଚର୍ସ
ମାରୁତି ସୁଜୁକି ଭିକ୍ଟୋରିସ୍ ରେ ଆଲେକ୍ସା ଭଏସ୍ ଆସିଷ୍ଟାଣ୍ଟ ସପୋର୍ଟ ସମେତ ଆଡଭାନ୍ସ ଡିଜିଟାଲ୍ ଫିଚର୍ସ ରହିଛି। ଏହା ଭାରତୀୟ ରାସ୍ତାରେ କମ୍ପାନୀର ପ୍ରଥମ କାର ହେବ ଯାହା ଲେଭଲ୍ 2 ADAS ସହିତ ଆସିଛି।
ଏହି କାରରେ ଆପଣଙ୍କୁ ABAS, ପଛ ପାର୍କିଂ ସେନ୍ସର, ହିଲ୍ ଡିସେଣ୍ଟ କଣ୍ଟ୍ରୋଲ୍, ଟାୟାର ପ୍ରେସର୍ ମନିଟରିଂ ସିଷ୍ଟମ୍, ହିଲ୍-ହୋଲ୍ଡ ଆସିଷ୍ଟ ଭଳି ଅନେକ ନୂଆଁ ନୂଆଁ ଫିଚର୍ସ ଦେବ।
ଏଥିରେ ଡଲବି ଆଟମୋସ୍ ସରାଉଣ୍ଡ ସାଉଣ୍ଡ୍ ସିଷ୍ଟମ୍, ଜେଶ୍ଚର୍ କଣ୍ଟ୍ରୋଲ୍ ଏବଂ ପ୍ରଥମ-ଇନ୍-ସେଗମେଣ୍ଟ୍ ସ୍ମାର୍ଟ ପାୱାର୍ଡ ଟେଲଗେଟ୍ ରହିଛି। ଅନ୍ୟ କାର ପରି, ମାରୁତିର ଏହି ନୂତନ କାରରେ ୬ ଟି ଏୟାରବ୍ୟାଗ୍ ରହିବ।
ଭିକ୍ଟୋରିସ୍ ବଡି ତଳେ ଏକ CNG ଟ୍ୟାଙ୍କ ରହିବ
ପାୱାରଟ୍ରେନ୍ ବିକଳ୍ପରେ, ଏହି କାରଟି ପେଟ୍ରୋଲ, ଅଣ୍ଡରବଡି CNG ଟ୍ୟାଙ୍କ ଏବଂ ହାଇବ୍ରିଡ୍ ସେଟଅପ୍ ସହିତ ଲଞ୍ଚ କରାଯାଇଛି। ଯାହା ଆପଣଙ୍କୁ ବହୁତ ବୁଟ୍ ସ୍ପେସ୍ ଦେବ। ମାରୁତି ଏହି କାରକୁ ୧୦୦ ରୁ ଅଧିକ ଦେଶରେ ରପ୍ତାନି କରିବାକୁ ମଧ୍ୟ ଯୋଜନା କରୁଛି। ମାରୁତି ସୁଜୁକିର ଏହି ନୂତନ କାର ୧୦ ରଙ୍ଗ ଏବଂ ୧୨ ଡୁଆଲ୍ ଟୋନ୍ ବିକଳ୍ପରେ ଉପଲବ୍ଧ ହେବ।