ଜଗତସିଂହପୁରରେ ବିଭତ୍ସ ହତ୍ୟା, ବାପାମା’ ସହ ଭଉଣୀକୁ ହତ୍ୟା କଲା ଭାଇ

ପାରିପାରିକ କଳହର କରୁଣ ପରିଣତି । ପୁରା ପରିବାରକୁ ପଥରରେ ଛେଚି ହତ୍ୟା କଲା ଘରର ପୁଅ ।

ଭୁବନେଶ୍ବର:  ଜଗତସିଂପୁରରେ ବିଭତ୍ସ ହତ୍ୟାକାଣ୍ଡ । ପାରିବାରିକ କଳହରୁ ଛାରଖାର ହେଲା ପୁରା ପରିବାର । ବାପାମା’ ସହ ଭଉଣୀକୁ ହତ୍ୟା କଲା ଭାଇ ।

ପାରିବାରିକ କାରଣରୁ ପଥରରେ ଛେଚିଛେଚି ହତ୍ୟା କଲା ଦୁର୍ବୃତ୍ତ । ସଦର ଥାନା ଜୟବଡ଼ ଗାଁରେ ଏହି ବୀଭତ୍ସ ହତ୍ୟାକାଣ୍ଡ ହୋଇଛି । ମୃତକ ହେଲେ ପ୍ରଶାନ୍ତ ସେଠୀ, କନକଲତା ସେଠୀ, ମାମାଲି ସେଠୀ । ତେବେ ଅଭିଯୁକ୍ତର ନାମ ସୂର୍ଯ୍ୟକାନ୍ତ ସେଠୀ ବୋଲି ଜଣାପଡିଛି ।

ତେବେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଅଭିଯୁକ୍ତ ପୁଅକୁ ସଦର ଥାନାରେ ଅଟକ ରଖାଯାଇଛି । ଅଭିଯୁକ୍ତ ଯୁବକ +୨ରେ ପାଠ ପଢ଼ୁଥିବା ସୂଚନା ରହିଛି ।

ତେବେ ପଥର ଛେଚି ହତ୍ୟା କାରଣରୁ ଘରର ଚାରିପାଖରେ ରକ୍ତ ଛିଟା ମଧ୍ୟ ଦେଖିବାକୁ ମିଳିଛି । ତେବେ ପୋଲିସ ସମସ୍ତ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବାର ପ୍ରକ୍ରିୟା ଆରମ୍ଭ କରିଛି ।

କଣ ରହିଥିଲା ସେହି ପାରିପାରିକ କଳହ ଯେଉଁଥିପାଇଁ ସେ ପୁରା ପରିବାରକୁ ଛାରଖାର କରିବା ପାଇଁ ପଛାଇଲାନି ତାହା ବର୍ତ୍ତମାନ ସଦ୍ଧା ଜଣାପଡି ନାହିଁ । ପୋଲିସର ତଦନ୍ତ ପରେ ପ୍ରକୃତ କାରଣ ସ୍ପଷ୍ଟ ହୋଇପାରିବ ।