fbpx

ଗୁଲ୍‌ମାର୍ଗରେ ଭୀଷଣ ହିମସ୍ଖଳନ: ଜଣେ ବିଦେଶୀଙ୍କ ମୃତ୍ୟୁ, ଅନ୍ୟ ଜଣେ ନିଖୋଜ

ଜାମ୍ମୁ: ଜାମ୍ମୁ କାଶ୍ମୀର ଗୁଲମାର୍ଗରେ ଗୁରୁବାର ଭୀଷଣ ହିମସ୍ଖଳନ ଘଟିଛି । ଏହି ହିମସ୍ଖଳନ ଫଳରେ ଜଣେ ବିଦେଶୀଙ୍କ ମୃତ୍ୟୁ ହୋଇଛି ଓ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ଉଦ୍ଧାରକାରୀ ଦଳଙ୍କ ପକ୍ଷରୁ କୁହାଯାଇଛି କି ୩ ଜଣ ବିଦେଶୀ ଏକ ସଙ୍ଗେ ବୁଲିବାକୁ ଯାଇଥିଲେ । ଏହି ଦୁର୍ଘଟଣାରେ ଜଣେ ମୃତ ଓ ଅନ୍ୟଜଣେ ଗୁରୁତର ହୋଇଥିବା ବେଳେ ତୃତୀୟ ଜଣଙ୍କର ପତ୍ତା ମିଳୁନାହିଁ । ପୋଲିସ ଏବେ ତାଙ୍କର ସନ୍ଧାନ ଜାରି ରଖିଛି । ଏଠାରେ ସୂଚାଇ ଦିଆଯାଇପାରେ କି ଜାମ୍ମୁ ଶ୍ରୀନଗର ଜାତୀୟ ରାଜପଥ ୪ର୍ଥ ଦିନ ବି ବନ୍ଦ ରହିଛି । ରାମବନ- ବନିହାଲ ସେକ୍ଟରରେ ସ୍ଥାନେ ସ୍ଥାନେ ପାହାଡ ଧସିବା କାରଣରୁ ଯାତାୟତ ପୁରା ବନ୍ଦ ହୋଇଯାଇଛି ।

ଗୁଲମାର୍ଗରେ ଶୀତକାଳୀନ କ୍ରୀଡାର ଗୁରୁବାର ଦ୍ୱିତୀୟ ଦିନ ଥିଲା । ଏହି କ୍ରମରେ ସେଠାରେ ଅଲଗା ଅଲଗା ପ୍ରତିଯୋଗିତା ଆୟୋଜନ କରାଯାଉଛି । ସାରା ଦେଶରୁ ବହୁ ଖେଳାଳୀ ଏଠାରେ ଏକତ୍ରୀତ ହୋଇଥିବା ବେଳେ ଖେଳପ୍ରେମୀ ଓ ପର୍ଯ୍ୟଟକ ବି ଏଠାରେ ପହଞ୍ଚିଛନ୍ତି । ଏହାରି ମଧ୍ୟରେ ହିମସ୍ଖଳନର ଖବର ସାମ୍ନାକୁ ଆସିଛି । ମିଳିଥିବା ସୂଚନା ଅନୁସାରେ ବାରାମୂଳା ପୋଲିସ, ୧୮ଆର୍‌ଆର୍ , ଏଚଏଡବ୍ଲ୍ୟୁୟୁଏସ୍ ଓ ସ୍ଥାନୀୟ ଲୋକ ଏବେ ସେଠାରେ ଉଦ୍ଧାର ଅଭିଯାନ ଜାରି ରଖିଛନ୍ତି । ତେବେ ଅଧିକାରୀଙ୍କ ପକ୍ଷରୁ ବୁଧବାର ଜାମ୍ମୁ କାଶ୍ମୀରର ୧୦ ଜିଲ୍ଲା ଲାଗି ହିମସ୍ଖଳନର ଚେତାବନୀ ଜାରି କରାଯାଇଥିଲା ।

Get real time updates directly on you device, subscribe now.