ନୂଆଦିଲ୍ଲୀ: ପାକିସ୍ତାନ ବେଲୁଚିସ୍ତାନରେ ବଡ଼ ଧରଣର ବିସ୍ଫୋରଣ । ବିସ୍ଫୋରଣରେ ୨୧ ମୃତ, ୩୦ରୁ ଅଧିକ ଗୁରୁତର ସୂଚନା । କ୍ୱେଟା ରେଲୱେ ଷ୍ଟେସନ ପରିସରରେ ବିସ୍ଫୋରଣ । ଶନିବାର ସକାଳେ ପାକିସ୍ତାନର ବେଲୁଚିସ୍ତାନର କ୍ୱେଟା ସହରର ରେଳ ଷ୍ଟେସନରେ ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ୨୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଉଛି । ବେଲୁଚିସ୍ତାନର ସ୍ୱାସ୍ଥ୍ୟ ସଂଯୋଜକ ୱାସିମ ବେଗ ବିବିସିକୁ କହିଛନ୍ତି ଯେ ଅତି କମରେ ଚାରି ଜଣଙ୍କ ମୃତଦେହକୁ ସିଭିଲ ହସ୍ପିଟାଲକୁ ଅଣାଯାଇଛି ।
କ୍ୱେଟାର ଏସଏସପି ଅପରେସନ ମହମ୍ମଦ ବଲୋଚ ବିବିସିକୁ କହିଛନ୍ତି, “କ୍ୱେଟାରୁ ରାୱଲପିଣ୍ଡି ଯାଉଥିବା ଜାଫର ଏକ୍ସପ୍ରେସର ଯାତ୍ରୀମାନେ ଟ୍ରେନ୍ ଆସିବାକୁ ଅପେକ୍ଷା କରୁଥିବା ବେଳେ ରେଳ ଷ୍ଟେସନରେ ଏହି ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣ ସମୟରେ ଅଧିକାଂଶ ଯାତ୍ରୀ ପ୍ଲାଟଫର୍ମରେ ଉପସ୍ଥିତ ଥିଲେ । ମହମ୍ମଦ ବଲୋଚ କହିଛନ୍ତି ଯେ ଆହତମାନଙ୍କୁ କ୍ୱେଟା ସିଭିଲ ହସ୍ପିଟାଲର ଟ୍ରମା ସେଣ୍ଟରକୁ ସ୍ଥାନାନ୍ତର କରାଯାଇଛି । ରେଳ ଷ୍ଟେସନରେ ବିସ୍ଫୋରଣର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ ।